କବିତା : ଜିଭ

ନବୀନ ବିଶ୍ୱବ‌ନ୍ଧୁ

ତମେ ଅଛ ବୋଲି ଜାଣିପାରୁଛି
ଷଡ଼ସ୍ୱାଦ,
ବାରିପାରୁଛି ବିଷୟାବିଷର
ବିସ୍ଵାଦ !

ତମେ ଅଛ ବୋଲି ଗାଇପାରୁଛି
ଜୀବନଗୀତ,
ଦେଇପାରୁଛି କଦବା କେମିତି କେଉଁ ଅପଶକ୍ତିକୁ
ଅଭିସଂପାତ !

ଏଯାଏ ଯେତେ ଶବ୍ଦ ଉଚ୍ଚାରିତ
ପ୍ରେମର ହେଉ କି ଘୃଣାର,
ସବୁର ତମେ କର୍ତ୍ତା-କାରକ
ଅଭାବ ହେଉ କି ଭାବର !

ସଦ୍ୟପ୍ରସୂତ ବାଛୁରୀ ପରି ମୁଁ ତମ ଲେହନରେ,
ଧଡ଼ପଡ଼ ଉଠିପଡ଼ି ଫକ୍ ଫାକ୍ ଡିଆଁଡେଇଁ କରେ !

ତମେ ମୋର ଜିଭ !
ମୁଁ ଥିବାଯାଏ ଥିବ !!

ମୋ.ନଂ. : ୯୪୩୮୩୧୧୫୩୫

Leave A Reply

Your email address will not be published.