ଟିଟିଲାଗଡରେ ଜାଗା ମିଶନରେ ମାନ୍ୟବର ମନ୍ତ୍ରୀଙ୍କ ଜମି ପଟ୍ଟା ବିତରଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଲୋକ ବିନା ଜମି ପଟ୍ଟାରେ ଅନେକ ବର୍ଷ ଧରି ବସବାସ କରି ଆସୁଛନ୍ତି । ସେମାନଙ୍କ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଜାଗା ମିଶନ ଆରମ୍ଭ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଜାଗା ମିଶନ ରାଜ୍ୟ ସରକାରଙ୍କ ତରଫରୁ ଅନୁଷ୍ଠିତ ହେଉଛି । ଯେଉଁମାନଙ୍କର ଜମି ପଟ୍ଟା ନାହିଁ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉଛି । ଆଜି ୧୫ ଅକ୍ଟୋବର ଦିନ ଟିଟିଲାଗଡର ବିଧାୟିକା ତଥା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଜାଗା ମିଶନ ଜରିଆରେ ସରକାରୀ ଜାଗାରେ ରହୁଥିବା ୧୯୩୦ ଜଣରୁ ଅଧିକ ହିତାଧିକାରୀଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ ଆରମ୍ଭ କରିଛନ୍ତି । ଆଜି ଟିଟିଲାଗଡ ପୌରପରିଷଦରେ ଏକ ସଭା ଅନୁଷ୍ଠିତ କରି ଟିଟିଲାଗଡ ଉପଜିଲ୍ଲାପାଳ ତଥା ପୌରପରିଷଦ ଅଧିକାରୀ ସୋମେଶ ଉପାଧ୍ୟାୟଙ୍କ ଉପସ୍ଥିତିରେ ପ୍ରାୟ ୫୦ଜଣ ହିତାଧିକାରୀଙ୍କୁ ଜମି ପ୍ରମାଣ ପତ୍ର ବଣ୍ଟନ କରିଛନ୍ତି । ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ପ୍ରଶାସନ ଘରକୁ ଯାଇ ପ୍ରମାଣ ପତ୍ର ବଣ୍ଟନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯଥାଶୀଘ୍ର ସମସ୍ତଙ୍କୁ ଜମି ପ୍ରମାଣ ପତ୍ର ବଣ୍ଟନ କରାଯିବ ବୋଲି ଟିଟିଲାଗଡ ଜନସାଧାରଣ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.