ସୂଚନା ଅଧିକାର ଆଇନକୁ ବି ଫୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନସାଧାରଣ ନିଜ ଅଞ୍ଚଳର ସରକାରୀ ଯୋଜନା ମାଧ୍ୟମରେ ହୋଇଥିବା ଉନ୍ନୟନ ମୂଲକ କର୍ୟ୍ୟ ବିଷୟରେ ସବିଶେଷ ବିବରଣୀ ଜାଣିପାରିବେ ବୋଲି ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି । । ସେହି ସୂଚନା ଅଧିକାର ଆଇନ ଅନୁସାରେ ବିଜେପୁର ଅଞ୍ଚଳର ପଥର୍ଲା ଗ୍ରାମର ଯୁବନେତା ଶ୍ରୀକାନ୍ତ ମିଶ୍ର ବିଜେପୁର ବ୍ଳକର କେତେଜଣ ହିତାଧିକାରୀ ସ୍ୱଚ୍ଛଭାରତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାଇଖାନା ପାଇଛନ୍ତି, କେତେ ଜଣ ବାକି ଅଛନ୍ତି, ସେ ବିଷୟରେ ବିଜେପୁର ବ୍ଳର ଅଫିସ୍‌ର ସୂଚନା ଅଧିକାରୀଙ୍କ ପାଖରେ ୦୪/୦୬/୨୦୨୦ ଦିନ ଆବେଦନ କରିଥିଲେ । ସୂଚନ ପ୍ରଦାନର ଧାର୍ୟ୍ୟ ସମୟ ବିତି ଯାଇଥିଲେ ହେଁ ଶ୍ରୀ ମିଶ୍ରଙ୍କୁ ସୂଚନା ମିଲି ନଥିଲା । ତେଣୁ ସେ ବାଧ୍ୟ ହୋଇ ପ୍ରଥମ ଅପିଲ ଅଧିକାରୀ ବା ବିଜେପୁର ବିଡ଼ିଓ ଙ୍କ ପାଖରେ ୦୫/୦୮/୨୦୨୦ ଦିନ ଅପିଲ କରିଥିଲେ ଏବଂ ସେ ମାଗିଥିବା ବିବରଣୀର ନକଲ ପାଇବା ପାଇଁ ସରକାରଙ୍କ ନିୟମ ଅନୁସାରେ ସେ ପାଉଣା ମଧ୍ୟ ପଇଠ କରିଥିଲେ, ହେଲେ ସେ ମାଗିଥିବା ସୂଚନା ପାଇ ପାରିନଥିଲେ । ତେଣୁ ସେ ବାଧ୍ୟ ହୋଇ ଓଡ଼ିଶା ରାଜ୍ୟ ସୂଚନା ଆୟୋଗଙ୍କ ପାଖରେ ଅଭିଯୋଗ କରିଛନ୍ତି । ସରକାରଙ୍କ ନିୟମ ମାନି ସମସ୍ତ ପାଉଣା ପଇଠ କରିଥିଲେ ମଧ୍ୟ ସୂଚନା ପ୍ରଦାନ କରାଯାଇ ନାହିଁ କାହିଁକି ? ସ୍ୱଚ୍ଛ ଭାରତ ଯୋଜନାରେ ତିଆରି ହୋଇଥିବା ପାଇଖାନା ସେଥିରେ କଣ ଦୁର୍ନୀତି ହୋଇଛି କି ? ସେ ତଥ୍ୟ ପ୍ରଦାନ କଲେ ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ଧରାପଡିଯିବେ କି… ଏ ସବୁ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.