jayashree

ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ; ଲୋକନୃତ୍ୟ ଓ ଲୋକସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପର ଦ୍ୱିତୀୟ ଦିବସରେ ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ଲୋକନୃତ୍ୟ ଓ ଲୋକସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଦେବାଶିଷ ସିଂହ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଏବଂ ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଏଥିରେ ପ୍ରାୟ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ. ରଘୁନାଥ ଜଗଦଲା ଯୋଗ ଦେଇଥିବାବେଳେ ଜିଲ୍ଲାପାଳ ଦେବାଶିଷ ସିଂହ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତାମସୀ ତମସ୍ମିତା ନାୟକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ଓ ଗୋବିନ୍ଦ ମହାରଣା ଉପସ୍ଥିତ ଥିଲେ । “ନିଶାମୁକ୍ତ ଯୁବ, ବିକଶିତ ଭାରତ ପାଇଁ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ଏହି ଅନୁଭୂତିକୁ ସ୍ମରଣୀୟ ଓ ଜ୍ଞାନବର୍ଦ୍ଧକ ବୋଲି ପ୍ରକାଶ କରିଥିଲେ । ଲୋକନୃତ୍ୟ ପ୍ରତିଯୋଗିତାରେ ସନ୍ତୁଷୁନି ଦଳ ପ୍ରଥମ, ମାହେଶ୍ୱରୀ କଳା ପରିଷଦ ବିନିକା ଦ୍ୱିତୀୟ ଏବଂ ରୁମକୁ ଝୁମାନା ବିନିକା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଲୋକସଙ୍ଗୀତ ପ୍ରତିଯୋଗିତାରେ ମାହେଶ୍ୱରୀ ଦଳ ପ୍ରଥମ, ସ୍ୱର୍ଣ୍ଣଲେଖା ଦଳ ଦ୍ୱିତୀୟ ଏବଂ ବଜନିଆ ଦଳ ତୃତୀୟ ସ୍ଥାନ ହାସଲ କରିଥିଲେ । ନିର୍ବାଚିତ ପ୍ରତିଯୋଗୀମାନେ ସୁବର୍ଣ୍ଣପୁର ଜିଲ୍ଲାରୁ ରାଜ୍ୟସ୍ତରୀୟ ଯୁବତ୍ସବରେ ଅଂଶ ଗ୍ରହଣ କରିବେ ଏବଂ ରାଜ୍ୟ ପ୍ରତିଯୋଗିତାରେ ୩୦ ଜିଲ୍ଲାର ଅଂଶ ଗ୍ରହଣ କାରି ପ୍ରତିଯୋଗୀଙ୍କ ମଧ୍ୟରେ କୃତ କାର୍ଯ୍ୟାହେଲେ ଜାତୀୟ ସ୍ତରର ପ୍ରତିଯୋଗିତାରେ ଦିଲ୍ଲୀରେ ଅଂଶ ଗ୍ରହଣ କରି କୃତ କାର୍ୟ୍ୟ ହେଲେ ପ୍ରତି ପ୍ରତିଯୋଗିତାର କୃତି କଳାକାର, ଚିତ୍ରକାର, କବିତା ଲିଖନକାରୀ ମାନେ ଆନ୍ତର୍ଜାତିକ ପ୍ରତିଯୋଗୀ ପାଇଁ ମନୋନୀତ ହେବେ ।

Leave A Reply

Your email address will not be published.