
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ୟୁଜିସି ଆଇନ ପ୍ରତ୍ୟାହର ଦାବିରେ ବିରାଟ ଶୋଭାଯାତ୍ରା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ମଞ୍ଚର ଏକ ରାଲୀ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରୁ ବିଶାଳ ଶୋଭଯାତ୍ରାରେ ବାହାରି ବୀରମହାରାଜପୁର ମୁଖ୍ୟ ଛକ ଦେଇ ଉପ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଯିବାସହ ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେରଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସେଠାରେ ପୃଥକ୍ ପୃଥକ୍ ଭାବେ ପ୍ରଧାମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ମଧ୍ୟ ଆଉ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ୟୁଜିସି ଆଇନ ପ୍ରତ୍ୟାହର କରିବା ମୁଖ୍ୟ ଦାବି ଥିବାବେଳେ ମଞ୍ଚର କର୍ମକର୍ତ୍ତା ୟୁଜିସି ଆଇନକୁ ବିରୋଧ କରି ମୁହଁରେ କଳା ପଟି ବାନ୍ଧି ଥିବା ଦେଖାଯାଇଥିଲା । ବୀରମହାରାଜପୁର ବ୍ଲକ ବ୍ରାହ୍ମଣ ଏକତା ମଞ୍ଚର ସଭାପତି ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ଵରେ ଆୟୋଜିତ ପଦଯାତ୍ରାରେ ମଞ୍ଚର ଏନ୍ଏସି ସଭାପତି କିଶୋର ହୋତା, ସମ୍ପାଦକ ନାରାୟଣ ରଥ, କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ, ସମ୍ପାଦକ ଦ୍ଵିତିକୃଷ୍ଣ ପଣ୍ଡା, ସଂଯୋଜକ ଯୁଗଳ କିଶୋର ମିଶ୍ର, କୋଷାଧ୍ୟକ୍ଷ ସୂର୍ଯ୍ୟ ନନ୍ଦ, ଦାମୋଦର ହୋତା, ମିଳିତ ସଂଗଠନର ସଂଯୋଜକ ଡକ୍ଟର ପ୍ରଫୁଲ୍ଲ କୁମାର ରଥ, ବିବଶ୍ଵତି ପଣ୍ଡା, ଦୟାନିଧି ହୋତା, କୃଷ୍ଣଚନ୍ଦ୍ର ପାଢ଼ୀ, ସତ୍ୟଞ୍ଜିବ ମିଶ୍ର, ବିଷ୍ଣୁ ଚରଣ ପଣ୍ଡା, ନାରାୟଣ ପ୍ରାସାଦ ମିଶ୍ର, ରାଜ ଗୋପାଲ ପାଣିଗ୍ରାହୀ, ଦିଲ୍ଲୀପ ଚାନ୍ଦ, ବ୍ରଜ ଗୋପାଳ ମହାପାତ୍ର, ନିଳାମ୍ବର ପଣ୍ଡା, ପଣ୍ତିତ ମେଡେନ୍ ବିଶି, ବିଶେଶ୍ୱର ପାଣଗ୍ରାହୀ, ପଦ୍ମ ଲୋଚନ ମିଶ୍ର, ସୁରେଶ ମିଶ୍ର, ଗୋବିନ୍ଦ ମିଶ୍ର, ବ୍ୟୋମକେଶ ପଣ୍ଡା, ନବାରୁଣ ଦେବଦତ୍ତ ଶତପଥି, ବିଜୟ ମହାପାତ୍ର, ଗୋବିନ୍ଦ ପାଣିଗ୍ରାହୀ, ଅଭିମନ୍ୟୁ ରଥଙ୍କ ସମେତ ୫ଶହରୁ ଅଧିକ ବ୍ରାହ୍ମଣ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରେ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ସାମୁହିକ ପ୍ରସାଦ ସେବନ କରାଯାଇଥିଲା ।