jayashree

ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କଲା ଓଡ଼ିଶା କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ସଂଗଠନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ସଂଗଠନର ଅଧ୍ୟକ୍ଷ ତଥା ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ନବୀନର ସମ୍ପାଦକ ରବି ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ପ୍ରେସ୍‌ ସେବା ପୋର୍ଟାଲର ଓଡ଼ିଶାର ମୁଖ୍ୟ ଅଖିଲ କୁମାର ମିଶ୍ରଙ୍କ ସହ ସାକ୍ଷାତ କରି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ରଥ ଡିଏଭିପି ଦ୍ୱାରା ପଞ୍ଜିକୃତ ସମ୍ବାଦପତ୍ରଗୁଡ଼ିକୁ ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ, ଗାନ୍ଧୀ ଜୟନ୍ତୀ, ଆମ୍ବେଦକର ଜୟନ୍ତୀ ଭଳି ୫ଟି ବିଜ୍ଞାପନ ପୂର୍ବରୁ ଦିଆଯାଉଥିଲା । ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ସରକାରୀ ବିଜ୍ଞାପନ ଉପରେ ନିର୍ଭର କରୁଥିବାରୁ ଏହାକୁ ପୁନଃ ପ୍ରଚଳନ କରିବାକୁ ଅନୁରୋଧ କରିଥିଲେ । ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏ ଦିଗରେ ଦୃଷ୍ଟି ଦିଆଯିବ ଏବଂ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ ପ୍ରଚାର ପ୍ରସାର ପାଇଁ ପିଆଇବିର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସହଯୋଗ କରିବାକୁ କହିଥିଲେ । ଏହି ଆଲୋଚନା ବେଳେ ପିଆଇବିର ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀଙ୍କ ସମେତ ଦକ୍ଷତାର ସମ୍ପାଦକ ଡ. ଜୀବନ କୁମାର ଦୀକ୍ଷିତ, ପରିବର୍ତ୍ତନର ସମ୍ପାଦକ ରମାକାନ୍ତ ପରିଜା, ଭୂମିବାର୍ତ୍ତାର ସମ୍ପାଦକ ସ୍ୱଦେଶ ଚନ୍ଦ୍ର ଦାସ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.