
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ରାଇପାଲିରେ ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ୩୦ତମ ତ୍ରିନାଥ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଘୁଚିପାଳି ଓ ଚାଟିମୁଣ୍ଡା ହୋଇଥିବା ପ୍ରଥମ ମ୍ୟାଚରେ ଟ୍ରାଇବେକର ସହାୟତାରେ ୫-୩ ଗୋଲରେ ଚାଟିମୁଣ୍ଡା ବିଜୟୀ ହୋଇଥିଲା । ସେହିପରି କରେଳଧୁଆ ଓ ବରକାନି ମଧ୍ୟରେ ହୋଇଥିବା ଦ୍ୱିତୀୟ ମ୍ୟାଚରେ ମଧ୍ୟ ଟ୍ରାଇବେକର ସହାୟତାରେ ୫-୪ ଗୋଲରେ ବରକାନି ବିଜୟୀ ହୋଇଥିଲା । ଚାଟିମୁଣ୍ଡା ଓ ବରକାନି ଦଳ ମଧ୍ୟରେ ହୋଇଥିବା ସେମିଫାଇନାଲ ମ୍ୟାଚରେ ଟ୍ରାଇବେକରରେ ୫-୪ରେ ବିଜୟୀ ହୋଇ ବରକାନୀ ଦଳ ଫାଇନାଲରେ ପ୍ରବେଶ କରିଛି । ଏହି ଅବସରରେ ଅତିଥି ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।