jayashree

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ “ବିଜ୍ଞାନ ମେଳା”

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛାତ୍ରୀ ମାନଙ୍କ ବିଜ୍ଞାନ ଜ୍ଞାନ କୁ ସୁଦୃଢ଼ ଏବଂ ସମ୍ବୃଦ୍ଧ କରିବା ସଂକଳ୍ପ ନେଇ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ତାର “୨୧ତମ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା” ପାଳନ କରିଛି । ଏହି ବିଜ୍ଞାନ ମେଳା ରେ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀ ମାନେ ୭୩ ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହି ମେଳାର ଉଦ୍ଦଘାଟନୀ ସଭାରେ ମୁଖ୍ୟଅତିଥି ରୂପେ ସିଆର୍‌ସିସି ରଞ୍ଜନ ବାଗ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଣୟ ରଣା ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ସୁଶାନ୍ତ ପଣ୍ଡା ସଭାପତି ରୂପେ ମଞ୍ଚାସିନ ଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ସଙ୍ଗୀତା ସାହୁ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲା ବେଳେ ଗଣିତ ଶିକ୍ଷୟିତ୍ରୀ ରଞ୍ଜିତା ଶାହା ସଭା ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସେବକ ସେଠ ଏବଂ ଖେଳ ଶିକ୍ଷୟିତ୍ରୀ ନମିତା ସାହୁ ମଞ୍ଚ ଶଯ୍ୟା ଦାୟିତ୍ୱ ତୁଳାଇ ଥିଲେ । ସର୍ବଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ବିଭାଗରୁ ନେମତ ଫାତିମା ପ୍ରଥମ, ସ୍ମିତାରାଣୀ ପଟେଲ ଓ ସିମ୍ରରନ ରଣା ଦ୍ୱିତୀୟ, ପିଙ୍କି ମେହେର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗଣିତ ବିଭାଗରେ ଲକ୍ଷ୍ମୀରାଣୀ ସାହୁ ପ୍ରଥମ, ଅନ୍ୱେଷା ପ୍ରଧାନ ଦ୍ୱିତୀୟ, ରୁବି ଛୁରିଆ ଓ ନିତୁ ମେହେର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ପ୍ରକଳ୍ପ ଗୁଡିକର ବିଚାରକ ଭାବରେ ଶିକ୍ଷୟିତ୍ରୀ ଉଷା ଦାଶ, ଅନୀମା ରାଉତ ଓ ଅନିତା ପାଣିଗ୍ରାହୀ ଯୋଗ ଦେଇଥିଲେ । ସମସ୍ତ ପ୍ରତିଯୋଗୀ ମାନଙ୍କୁ “ମେଡାଲ” ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.