ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର-ସମ୍ବଲପୁର ମୁଖ୍ୟ ରାସ୍ତାର ମହାନଦୀ ସେତୁ ଉପରେ ସନ୍ଧ୍ୟା ୮ଟା ସମୟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଚାରି ଜଣ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନଙ୍କୁ ଅଗ୍ନିଶମ ବିଭାଗ ତରଫରୁ ଦୁର୍ଘଟଣା ସ୍ଥାନରୁ ଉଦ୍ଧାର କରାଯାଇ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି । ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତିମାନେ ହେଲେ ଉଲୁଣ୍ଡା ବ୍ଳକ୍ ନିମ୍ନା ଗାଁର ପ୍ରକାଶ ମେହେର ଓ ତାଙ୍କର ଦୁଇ ପୁଅ । ଅନ୍ୟ ଜଣକ ହେଉଛନ୍ତି ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟର କର୍ମଚାରୀ ସଂଜୀବ ମହାକୁର ।

Leave A Reply

Your email address will not be published.