pakka

କବିତା : ମୃତ୍ୟୁ ସହ ଦୁଇପଦ

bbehera
  • ବର୍ଷାରାଣୀ ମହାମଲ୍ଲିକ

ସବୁ ଅଭିପ୍‌ସାର ଅନ୍ତ ନ ହେଉଣୁ
ଡାକି ନିଅ ଆପଣା ପାଖକୁ,
ମୋର ଲୋଭ ଅଛି କି,
ଏ ତମାମ ପ୍ରଶ୍ନର ଜିଜ୍ଞାସା ବୋଧେ
ତୁମ ପାଖେ ବି ନାହିଁ ।

ତୁମ ବର୍ଣ୍ଣ, ଆକାର, ଆକୃତି ବାବଦରେ ମୁଁ
ଅଜଣା ଥିଲେ ବି ତମେ ଅଚିହ୍ନା ନୁହଁ
ନହେଲେ କେମିତି ଆସିପାରିଥାନ୍ତ
ମୋ ଇଲାକାକୁ ବିନା ଅନୁମତିରେ

ମୁଁ ଖରାପ ହୋଇପାରେ
ତମେ କିନ୍ତୁ ଖୁବ୍ ଭଲ ।

କିଏ କହିଲା ତମେ ନିଷ୍ଠୁର ବରଂ ତମେ ନୀରିହ
ତମେ ସମୟ ଆସିଲେ ଆସ
ଲୋକେ ତ ଅସମୟେ ଆସି
ଅସମୟରେ ଲାତ ମାରନ୍ତି ।

ତମେ ଆସି ଆବୋରି ନିଅ ନିଜର ଛାତିରେ
ବଞ୍ଚିବା ଟା ଅସହ୍ୟ ହେବା ଆଗରୁ
ବ୍ୟାପି ଯାଅ ମୋର ସମଗ୍ର ଅବୟବରେ
ଆଙ୍କିଦିଅ ଶୀତଳ ପରଶ
ଥୋଇଦିଅ ସୁରକ୍ଷିତ ସୁଖପ୍ରଦ ସ୍ଥାନରେ । ।

  • ସମ୍ବଲପୁର ବିଶ୍ଵବିଦ୍ୟାଳୟ, ଜ୍ୟୋତି ବିହାର, ବୁର୍ଲା
Leave A Reply

Your email address will not be published.

1 + 15 =