ଭର୍ଚୁଆଲ୍‌ ମୋଡ଼୍‌ରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ଲୋକକଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଭର୍ଚୁଆଲ୍‌ ମୋଡ଼୍‌ରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀଙ୍କ ଦ୍ୱାରା ପରିଚାଳିତ ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ୍‌ ସ୍ତରୀୟ କଳା ସଂସ୍କୃତି ସଂଘ ଉପସଭାପତି ଓ ଜିଲ୍ଲାସ୍ତରୀୟ ଲୋକ କଳାକାରମାନେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନରେ ଭର୍‌ଚୁଆଲ୍‌ ମୋଡ଼୍‌ରେ ରାଜ୍ୟସ୍ତରୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି । ଏଥିରେ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରିନ୍ସିପାଲ୍‌ ସେକ୍ରେଟାରୀ ବିଷ୍ଣୁପଦ ସେଠୀ ଓ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଂଜନ କୁମାର ଦାଶ ଯୋଗଦାନ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ରାଜ୍ୟ ସଂଯୋଜକ ବାସୁଦେବ ମାଳବିଷୋୟୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

14 − 4 =