କେଭା ଇଣ୍ତଷ୍ଟ୍ରିର ଦୋକାନ ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମରେ କେଭା ଇଣ୍ତଷ୍ଟ୍ରିର ଦୋକାନ ଉଦଘାଟନ କରାଯାଇଛି । ଏହି ଦୋକାନରେ ହେଲଥ କେୟାର, ଏନିମଲ କେୟାର, ଚାଷୀ ଔଷଧ, କସମେଟିକ, ଗ୍ରୋସରୀ ସାମଗ୍ରୀ ସବୁ ଉପଲବ୍ଧ । କେଭା କମ୍ପାନୀର ସମସ୍ତ ଦ୍ରବ୍ୟ ଦେଶ ତଥା ବିଦେଶର ସାର୍ଟିଫିକେଟ ପ୍ରାପ୍ତ ପ୍ରମାଣିତ । ଯଥା ଡବ୍କୁଏଚଓ, ଜିଏମପି, କୋଶର, ହଲାଳ, ଏଚଏସିସିପି, ଆଇଏସଓ, ଏଫଡିଏ ଏହିପରି ୪୦ ପ୍ରକାରରୁ ଅଧିକ ସାର୍ଟିଫିକେଟ ଉପଲବ୍ଧ । କ୍ଷମା ହର୍ବଳ କେୟାର ନାମରେ କେଭା ଇଣ୍ତଷ୍ଟ୍ରିର ଉକ୍ତ ଦୋକାନକୁ ଆଜି ଅନନ୍ତ ପ୍ରଧାନଙ୍କ ଉପସ୍ଥିତିରେ ସରକାରୀ ଆୟୁର୍ବେଦିକ ଡାକ୍ତର ଡୋଲାମଣି ପୁରୋହିତଙ୍କ କରକମଳରେ ଉଦଘାଟନ କରାଯାଇଛି । ଏହି କ୍ଷମା ହର୍ବଳ ଦୋକାନ ଉଦଘାଟନ ହେବା ‌ଦ୍ୱାରା ସମସ୍ତ ଜନ ସାଧାରଣ ହର୍ବଳ ତଥା ଆୟୁବେଦିକ ଦ୍ରବ୍ୟ ଗୁଡିକର ଲାଭ ପାଇ ପାରିବେ । ଉଦଘାଟନ ଉତ୍ସବରେ ରମେଶ ବାରିକ, ସାରଥି ପ୍ରଧାନ, ସୁନୀଲ ବିଶ୍‌ଶ୍ୱାଳ, ବିକ୍ରମ ପଟେଲ, ବେଣୁଧର ସାହୁ, କୃଷ୍ଣ ଚନ୍ଦ୍ର ମେହେର, ଅନ୍ତର୍ୟ୍ୟାମୀ ବୁଡେକ, ଶଶିଧର ଭୋଇ, ସତ୍ୟଜିତ୍ ସାହୁ, ଚନ୍ଦ୍ରଭାନୁ ନାଗ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତି ଥିଲେ । ଦହିଗାଁରେ କ୍ଷମା ହର୍ବଳ କେୟାର ଦୋକାନ ହୋଇଥିବାରୁ ସେଠାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.