
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ବକ୍ସ କଣ୍ଡୁଇଟ୍ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଧାରେ ଅଟକି ରହିଛି । ଅସ୍ଥାୟୀ ବ୍ୟବସ୍ଥା ଭାବେ କେନାଲ କାନ୍ଥକୁ ବାଲି ବସ୍ତା ଦ୍ୱାରା ବନ୍ଦ କରାଯାଇଥିଲା । କିନ୍ତୁ ଲଗାତାର ବର୍ଷା ଯୋଗୁଁ ସେହି ବାଲି ବସ୍ତାଗୁଡ଼ିକ ଧୀରେ ଧୀରେ ଧସିପଡ଼ୁଥିବାରୁ ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି । ଏହାର ପ୍ରଭାବରେ ଆଗାମୀ ଦିନରେ ଭେଡେନ ଅଞ୍ଚଳର ଚାଷୀମାନେ ଜଳସେଚନ ଓ ଚାଷ କାର୍ଯ୍ୟରେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଏହି ପ୍ରସଙ୍ଗରେ ଶନିବାର ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ସମାପ୍ତ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି । ଚାଷୀଙ୍କ ସ୍ୱାର୍ଥ ଓ ଅଞ୍ଚଳର ଜଳସେଚନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।