
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଚୋରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିଚାଲିଛି । ଏବେ ଚୋରଙ୍କ ନଜର ପଡ଼ିଛି ସାମ୍ବାଦିକ ଭବନ ଉପରେ । ଭବନରେ ଲାଗିଥିବା ଦୁଇଟି ଏସିର ତମ୍ବା ତାର କାଟି ନେଇଛନ୍ତି ଦୁର୍ବୃତ୍ତ । ଏହି ଘଟଣା ପରେ ସାମ୍ବାଦିକ ଭବନର ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥୀ ବଲାଙ୍ଗିର ଲକ୍ଷ୍ମୀଜୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚୋରିର ସମ୍ପୂର୍ଣ୍ଣ ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସେହି ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ ଜୋରଦାର କରିଥିବା ବେଳେ, ଖୁବ୍ ଶୀଘ୍ର ଚୋରଙ୍କୁ ଗିରଫ କରାଯିବ ବୋଲି ଆଶା କରାଯାଉଛି । ଏହି ଘଟଣା ପରେ ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି ।