csstore

ତହଁକ କୁଟୁମର ଝକେର୍ କବିତା ଆସର୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅମଲାଭବନ ଠାରେ ତହଁକ କୁଟୁମ ପକ୍ଷରୁ ଆୟୋଜିତ ହୋଇଯାଇଛି ଝକେର୍ କବିତା ଆସର । ତହଁକ କୁଟୁମ ବିଭିନ୍ନ ପର୍ବପର୍ବାଣୀ ହେଉ କି ଋତୁ ଅନୁଯାୟୀ ହେଉ କବିତା ଆସର କରିଚାଲିଛି । ଏବେ ଶ୍ରାବଣର ଝରି ବର୍ଷା ଚାଲିଛି । ଏହି ପରିପ୍ରେକ୍ଷୀରେ ଝକେର୍‌କୁ ସ୍ଵାଗତ କରିବା ପାଇଁ ଏହି ଆୟୋଜନ କରାଯାଇଥିଲା । ଏହି ଅବସରରେ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବେ ଗବେଷକ କବି ନିମାଇଁ ଚରଣ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଆନନ୍ଦ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ କବି ରାମଭକ୍ତ ଫରିକାର, ରାମ ପ୍ରସାଦ ବାଗ, ନେପାଳ ଚନ୍ଦ୍ର ବାଗ ଆସରର ଉଦ୍ୟୋକ୍ତା କବୟତ୍ରୀ କବିତା ମିଶ୍ର ମଂଚାସୀନ ହୋଇଥିବା ବେଳେ କବି ସନ୍ଦୀପ କୁମାର କୁଅଁର ସଭା ପରିଚାଳନା କରିଥିଲେ । ପରେ ସବିତା ମହରା ଓ ପ୍ରଭାସିନୀ ଭୋଇଙ୍କ ସଂଯୋଜନାରେ ଝକେର କବିତା ଆସରରେ ବହୁ କବି ଶ୍ରାବଣ ଓ ବର୍ଷାକୁ ନେଇ କବିତା ପାଠ କରିଥିଲେ । ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ କବି ଅର୍ଜୁନ ସାହୁ । ତହଁକର ସଂପାଦକ ରାଜେଶ ଦଣ୍ଡସେନା ସ୍ୱଗତ ଭାଷଣ ଦେଇଥିଲେ ।ଶେଷରେ ଗୋପୀନାଥ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.