csstore

ଜିଲ୍ଲା ତେଲି ସମାଜ ତରଫରୁ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ତେଲି ସମାଜ ତରଫରୁ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମକୁ ସଭାପତି ମୋତିଲାଲ ସାହୁ ଉପସଭାପତି ମାର୍ଗଶିର ସାହୁ ସମ୍ପାଦକ ପ୍ରହରୀ ସାହୁଙ୍କ ସହ ସମ୍ପାଦକ ଜେଠୁ ସାହୁ, କୋଷାଧ୍ୟକ୍ଷ ପିତାମ୍ବର ସାହୁ, ପୀତବାସ ସାହୁ ତଥା ନଗର ମା’ ଭଉଣୀ, ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ଉତ୍ସାହ ଉଦ୍ଧିପନା ସହ ମୁଖ୍ୟ ଅତିଥି ସମାଜର ବୈଜ୍ୟେଷ୍ଠ ସମାଜସେବୀ ତଥା ଜିଲ୍ଲା ପରିଷଦର ଭାଇସ ଚେୟାରମ୍ୟାନ୍‌ ପାଣ୍ଡବ ସାହୁଙ୍କ ହସ୍ତରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି ଓ ସମାଜର ଝିଅମାନେ ଜାତୀୟ ସଂଗୀତ ଗାନ କଲେ ତା’ପରେ ଅତିଥିଙ୍କ କର କମଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି ତା’ପରେ ସମାଜରେ ଶିକ୍ଷା ପ୍ରତି ଆଗ୍ରହ ଜନ୍ମାଇବା ପାଇଁ ମାଟ୍ରିକ ଓ +୨ରେ ଅତ୍ୟଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରତି ବର୍ଷ ଜିଲ୍ଲା ତେଲି ସମାଜ ତରଫରୁ ପାଣ୍ଡବ ସାହୁଙ୍କ ସହାୟତାରେ ଆର୍ଥିକ ପୁରସ୍କାର ସହ ପ୍ରଶଂସାପତ୍ର ପ୍ରଦାନ କରାଯିବାର ଘୋଷଣା ହୋଇଯାଇଛି ଶେଷରେ କବି ଅର୍ଜୁନ ସାହୁ ଆମ ବୀର ସୈନିକଙ୍କ ସାହାସିକତାକୁ ନେଇ ଏକ ବିରତ୍ୱ ଗାଥା ଗାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଭ୍ରମର ସାହୁ, ପୂର୍ଣ୍ଣ ସାହୁ, ନରେଶ ସାହୁ, ଚୈତନ୍ୟ, ଅଶୋକ ସାହୁ, ସନ୍ତୋଷ ସାହୁ, ନାରାୟଣ ସାହୁ, ବିଶ୍ଵାମିତ୍ର ସାହୁ, ଶରତ ସାହୁ, ଖୁସିରାମ ସାହୁ, ବିଷ୍ଣୁ ସାହୁ ତଥା ସମାଜର ସମସ୍ତ କର୍ମକର୍ତ୍ତା ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.