ଦେବୀ ମାଣିକେଶ୍ୱରୀଙ୍କ ଜୁଗାର ଯାତ୍ରା ସଂପନ୍ନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ପ୍ରତ୍ୟକ୍ଷ ଦେବୀ ମାଣିକେଶ୍ବରୀଙ୍କ ପାରମ୍ପାରିକ “ଜୁଗାର ଯାତ୍ରା” ଆଜି ଅନୁଷ୍ଠିତ ହୋଇଯାଇଛି । କୈବର୍ତ୍ତ ସମାଜ ପକ୍ଷରୁ ଆୟୋଜିତ ଯାତ୍ରାରେ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ତିନୋଟି ଭବ୍ୟ ଜୁଗାରକୁ ଏକ ଶୋଭାଯାତ୍ରାରେ ନେଇ ଦେବୀ ମାଣିକେଶ୍ବରୀଙ୍କ ପାଖରେ ସମର୍ପଣ କରାଯାଇଛି । ରାଜ ରାଜୁଡା ଅମଳରୁ ଦେବୀ ମାଣିକେଶ୍ୱରୀ ପୀଠରେ କାର୍ତ୍ତିକ ମାସର ପ୍ରଥମ ଦିନରେ ଜୁଗାର ଯାତ୍ରା ମହା ସମାରୋହରେ ହୋଇ ଆସୁଛି । ସୂଚନୀୟ ଦେବୀ ମାଣିକେଶ୍ୱରୀ ମନ୍ଦିର ବେଢାର ଗାତ୍ରରେ ବୌଦ୍ଧ ତାନ୍ତ୍ରିକ ଦେବୀଙ୍କ ଅନେକ ପ୍ରତିମା ପୂଜା ପାଇ ଆସୁଥିବାବେଳେ ଗମ୍ଭିରିରେ ଦେବୀ ମାଣିକେଶ୍ୱରୀଙ୍କୁ ସୁବର୍ଣ୍ଣପୁରର କୈବର୍ତ୍ତ ସମାଜର ଲୋକେ ନିଜର ଇଷ୍ଟଦେବୀ ଭାବେ କାହିଁ କେତେ ଦିନରୁ ପୂଜା କରି ଆସୁଛନ୍ତି । ତେବେ, ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଅଳ୍ପ କେତେଜଣ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ନେଇ କେବଳ ବିଧିରକ୍ଷା କରି ଦେବୀଙ୍କ ବାର୍ଷିକ ଜୁଗାର ଯାତ୍ରା ସଂପନ୍ନ ହୋଇଛି । 

Leave A Reply

Your email address will not be published.