ରୁଗୁଡିଖାଲ ମାନସ ବିହାର ଠାରେ ପୁସ୍ତକ ଉନ୍ମୋଚନ ଓ କବିତା ଆସର କାର୍ଯ୍ୟକ୍ରମ

ଲୋଇସିଂହା, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ରୁଗୁଡିଖାଲ ସ୍ଥିତ ମାନସ ବିହାର ଠାରେ କୋଶଲୀ ସାହିତ୍ୟ ଅନୁଷ୍ଠାନ “ଆଦ୍ୟାଶା” ତରଫରୁ ପୁସ୍ତକ ଉନ୍ମୋଚନ ଓ କବିତା ଆସର କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ନଅଗାଁ(ଖ) ଗ୍ରାମର ଗୌନ୍ତିଆ ସ୍ବର୍ଗତ ବାଲମକୁନ୍ଦ ସାହୁଙ୍କ ସ୍ମୃତିରେ ତାଙ୍କ ପୁଅ ଲଳିତ ମୋହନ ସାହୁଙ୍କ ଦ୍ୱାରା ରଚିତ ପୁସ୍ତକ “ଜଣା ଅଜଣା” ଏବଂ “ପିତୃ ମାତୃ ପୂଜନ” ନାମକ ଦୁଇଖଣ୍ଡ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଗଜେନ୍ଦ୍ର ଦଣ୍ଡସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁରୁଶ୍ରୀ ଘାସିରାମ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମଞ୍ଚ କଳାକାର ରବୀନ୍ଦ୍ର ସାହୁ, ଚନ୍ଦ୍ରାବତୀ ପାଣ୍ଡେ ଓ ମୁଖ୍ୟ ବକ୍ତା ଭାବେ ବୀରମହାରାଜପୁର କଲେଜର ଓଡ଼ିଆ ବିଭାଗ ଅଧ୍ୟାପକ ପ୍ରକାଶ କୁମାର ସେଠ ଯୋଗ ଦେଇଥିଲେ । ସରୋଜ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ । ଆୟୋଜିତ କବିତା ଆସର କାର୍ୟ୍ୟକ୍ରମରେ ପ୍ରାୟ ୩୦ ଜଣ କବି ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ରତ୍ନମୟ ତ୍ରିପାଠୀ କବିତା ଆସର କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଆଦ୍ୟାଶା କୋଶଲୀ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଲଳିତ ମୋହନ ସାହୁଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.