ସଂରକ୍ଷିତ ଜଙ୍ଗଲରୁ ଗଛ ଚୋରୀ ବେଳେ ୨ ଗିରଫ

ଖପ୍ରାଖୋଲ, (ଅଜିତ କୁମାର ପୁରୋହିତ) : ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଂଜ୍‌ ଭରୁଆମୁଣ୍ଡା ଗ୍ରାମ ନିକଟସ୍ଥ ଧୟାଗୁଡା ସଂରକ୍ଷିତ ଜଙ୍ଗଲରେ ସାଗୁଆନ ଗଛ କାଟୁଥିବା ବେଳେ ୨ ଜଣ ଗଛ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଖପ୍ରାଖୋଲ ରେଂଜର ଶ୍ରୀବଚ୍ଚ କୁମୁରାଙ୍କ ନେତୃତ୍ୱରେ ବନ ବିଭାଗ ଟିମ ଅତର୍କିତ ଚଢାଉ କରିଥିଲେ । ଘଟଣାସ୍ଥଳରେ ସାଗୁଆନ ଗଛ କାଟୁଥିବା ସମୟରେ ଭରୁଆମୁଣ୍ଡା ଗ୍ରାମର ଅକ୍ଷୟ ଦୀପ ମଲ୍ଲିକ ଏବଂ ଶ୍ରୀଧର ମାଝୀଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ଗଛ କଟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରାଯାଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଂଜର୍‌ ସୂଚନା ଦେଇଛନ୍ତି । ଉକ୍ତ ଚଢାଉ ରେ ଫରେଷ୍ଟର ପିଙ୍କୁ ଭୋଇ, ଫରେଷ୍ଟ ଗାର୍ଡ ବିଜୟାନନ୍ଦ ପାଣିଗ୍ରାହୀଙ୍କ ସହ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ ମଧ୍ୟ ସାମିଲ ଥିଲେ ।

Leave A Reply

Your email address will not be published.