ମା’ ସମଲେଶ୍ୱରୀଙ୍କ ଦଶହରା ପର୍ବ ଉଦ୍‌ଯାପିତ

ବରଗଡ଼, (ନିରୋଜ କୁମାର ପାଣୀ) : ସରସରା ସ୍ଥିତ ମା ସମଲେଶ୍ୱରୀ ମନ୍ଦିରରେ ତିନି ଦିନ ଧରି ଗତ ୩୦ ତାରିଖରୁ ୧ ତାରିଖ ପର୍ୟ୍ୟନ୍ତ ଦଶହରା ପର୍ବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଘଣ୍ଟ, ଶଙ୍ଖ, ବାଜା ଶୋଭାଯାତ୍ରାରେ କଳସ ଯାତ୍ରା ହୋଇ କଳସ ସ୍ଥାପନ କରି ମନ୍ଦିରରେ ପୂଜାରମ୍ଭ ହୋଇଥିଲା । ମା’ ସମଲେଶ୍ୱରୀ ପାଇଁ ରଦ୍ଭପା ଛତର ପ୍ରତିଷ୍ଠା କରି ଦେବୀ ପାଖରେ ଅର୍ପଣ କରିଥିଲେ ସୁରେଶ ନାଗ । ପୂର୍ଣ୍ଣମା ତିଥିରେ ମନ୍ଦିରରେ ନେତ ବନ୍ଧନ, ସୂର୍ୟ୍ୟ ପୂଜା, ଗ୍ରାମ ଦେବତା ପୂଜା, ନବଗ୍ରହ ପୂଜା, ହୋମ, ହବନ, ମହା ଆଳତୀ କରି ଗୌନ୍ତିଆ ବରଣ, ଝାଙ୍କର ବରଣ, କର୍ତ୍ତା ବରଣ କରି ଗ୍ରାମ ପରିକ୍ରମା ଶୋଭାଯାତ୍ରା ହୋଇଥିଲା ।

ମନ୍ଦିରରେ କଖାରୁ ବଳୀ ଦିଆ ଯାଇଥିଲା । କର୍ତ୍ତା ଭାବରେ ଧର୍ମ ଭୋଇ ଓ ତାଙ୍କ ଧର୍ମପତ୍ନୀ ବର୍ଷା ଭୋଇ ଦାୟିତ୍ୱ ତୁଲାଇ ଥିଲେ । ପଣ୍ଡିତ ବାଳକୃଷ୍ଣ ପଣ୍ଡା ପୌରୋହିତ୍ୟରେ ୫ଜଣ ବ୍ରାହ୍ମଣ ଗୋପାଳ ମିଶ୍ର, ସୌରୀ ତ୍ରିପାଠୀ, ମୁନୁ ପଣ୍ତା, ଆଶିଷ ମିଶ୍ର ପ୍ରମୁଖ ଯୋଗଦେଇ ଚଣ୍ତୀ ପାଠ କରିଥିଲେ । ଗ୍ରାମରେ ଅନ୍ନକୋଟ ହୋଇଥିଲା । ମନ୍ଦିର କମିଟି ସଭ୍ୟ ତପ ଭୋଇ, କୀର୍ତ୍ତନ ଭୋଇ, ଧର୍ମ ନାୟକ, ସାମ୍ବାଦିକ ବଳରାମ ପ୍ରଧାନ, ଆଦିତ୍ୟ ଭୋଇ ଆଦି ସଭ୍ୟମାନେ ଦାୟିତ୍ୱ ତୁଲାଇ ଥିଲେ ।

Leave A Reply

Your email address will not be published.