ଜିଲ୍ଲା କଂଗ୍ରେସର ସାଙ୍ଗଠାନିକ ବୈଠକ : ଦିଲୀପ ବେହେରା ଓ ଅଜୟ ବାଲୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଏକ ସାଙ୍ଗଠାନିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନବ ନିଯୁକ୍ତ ଜିଲ୍ଲା ସଭାପତି ଦିଲୀପ ବେହେରା ଓ ରାଜିବ ଗାନ୍ଧୀ ପଞ୍ଚାୟତିରାଜ ସଭାପତି ଅଜୟ ବାଲୀଙ୍କୁ ଦଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ସଭା ପ୍ରଥମେ ବିଶ୍ୱ ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା କଂଗ୍ରେସ କର୍ମୀ ଓ ସାଧାରଣ ଜନତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲ। । ପରେ ପରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲୀପ ବେହେରା ଓ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ସଭାପତି ଅଜୟ ବାଲୀଙ୍କ ନେତୃତ୍ୱ ତୃଣମୁଳ ସ୍‌ସ୍ତରରୁ ଦଳକୁ ଆହୁରି ମଜବୁତ କରିବ ବୋଲି ବକ୍ତାମାନେ ଆଶା ପ୍ରକଟ କରିବା ସହ ଉଭୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଉକ୍ତ ସଭାରେ ରାଜ୍ୟ କଂଗ୍ରେସର ବରିଷ୍ଠ ମୁଖପାତ୍ର ସମରେନ୍ଦ୍ର ମିଶ୍ର ଯୋଗଦାନ କରି କେନ୍ଦ୍ର ଓ ରାଜ୍ୟର କୃଷକ ମାରଣନୀତି, ବେରୋଜଗାର ଯୁବକ, ଅସହାୟ ଖଟିଖିଆ ମଜୁରିଆ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରର ଚରମ ଅବହେଳା ପ୍ରଦର୍ଶନ ବିରୁଦ୍ଧରେ ଜନ ସାଧାରଣଙ୍କୁ ଅବଗତ କରାଯାଇ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରାଯିବା ବିଷୟରେ କର୍ମୀମାନଙ୍କୁ ଦିଗଦର୍ଶନ ଦେଇଥିଲେ ।

ଆଜିର ସଭାରେ ପିସିସି ସଂପାଦକ ଉମାଶଙ୍କର ପଣ୍ଡା, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ଉମାକାନ୍ତ ସାହୁ, ସନ୍ତକ ବହିଦାର, ସେବାଦଳ ମୁଖ୍ୟ ଅସିତ ମିଶ୍ର, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ରାମ ପ୍ରସାଦ ମିଶ୍ର, କାନ୍ତେଶ୍ୱର ପ୍ରଧାନ, ଦମୟନ୍ତୀ ବଘାର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ନାରୀ ନେତ୍ରୀ ସବିତା ଶତପଥି, ଅମିତା ସେଠ, ହିମାଂଶୁ ନାଏକ, ସଂଜୟ ମିଶ୍ର, ଝୁପୁଲୁ ମହାନ୍ତି, ମାନସ ମହାନ୍ତି, ବିଜୟ ଖରସେଲ, କିଶୋର ଦଣ୍ଡସେନା, ବିଟୁନ ସ୍ୱାଇଁ ଅଖଣ୍ଡ ସେଠ, କୈଳାସ ମିଶ୍ର, ବ୍ରଜ କିଶୋର ସେଠି, ଲୋପନ ମିଶ୍ର, ସରୋଜ ରଥ, ଗଗନ ନାଥ, ସୁରେନ୍ଦ୍ର ଅଶ୍ୱପାଲ, କୁନା ସାହୁ, ନାସିର ଖାନ, କିରନ ସେଠ, ଜୁଲୁ ପଟ୍ଟନାୟକ, ସତ୍ୟ ନାଗ, ପବିତ୍ର ନେପାକ, ଲବ ଭୋଇ, ଜ୍ୟୋତିଷ ମୁଗ୍ରୀ, ସୁଦର୍ଶନ ମିଶ୍ର, ସୁନିଲ ବେହେରା, ପ୍ରତ୍ୟୁଷ ଖୁଆସଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିବା ବେଳେ ସଭା ଶେଷରେ ବଲାଙ୍ଗିର ବିଧାୟକଙ୍କ ଜନମଙ୍ଗଳ ପ୍ରତିନିଧି ଓମ୍ ପ୍ରକାଶ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.