ହୋମଗାର୍ଡଙ୍କ ହୃଦଘାତ୍‌ରେ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହୋମଗାର୍ଡ କାର୍ୟ୍ୟାଳୟରେ କାର୍ୟ୍ୟରତ ହୋମଗାର୍ଡ ଏଚ୍‌ଜି/୩୫ ଚୈତନ୍ୟ ପଧାନଙ୍କ ୪୭ ବର୍ଷ ବୟସରେ ହ୍ରୁଦଘାତରେ ମୃତ୍ୟୁ ଘଟିଛି । ଆଜି ସକାଳ ପ୍ରାୟ ୮ଟା ସମୟରେ ସାଇକଲ ଯୋଗେ ଆସୁଥିବା ବେଳେ ବଲାଙ୍ଗିର ସହର ଭାଗିରଥି ଛକ ଠାରେ ସେ ସାଇଲରୁ ଖସି ପଡିଥିଲେ । ପିସିଆର୍ ଭ୍ୟାନ୍‌ରେ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ । ମୃତ ହୋମଗାର୍ଡ ଚୈତନ୍ୟଙ୍କ ଘର ଛତାମଖନା ଗ୍ରାମପଞ୍ଚାୟତ ତୁଲଣ୍ଡି ଗାଁ ହୋଇଥିବା ବେଳେ ସେ ବଲାଙ୍ଗିର ପ୍ୟାଲେସଲାଇନ୍ ଅଞ୍ଚଳରେ ସ୍ତ୍ରୀ ଓ ପୁଅ ଝିଅଙ୍କ ସହ ରହୁଥିଲେ । ତାଙ୍କ ଅକାଳ ବିୟୋଗରେ ଜିଲ୍ଲା ହୋମଗାର୍ଡ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି । ତାଙ୍କ ପରିବାରକୁ ହୋମଗାର୍ଡ ବିଭାଗ ପକ୍ଷରୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି ।

Leave A Reply

Your email address will not be published.