କରୋନା ରୋଗୀ ବୃଦ୍ଧାଙ୍କ ଆତ୍ମହତ୍ୟା

ଢେଙ୍କାନାଳ : ଆଜି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଢେଙ୍କାନାଳ କୋଭିଡ ହସ୍‌ପିଟାଲ୍‌ରେ ଜଣେ ବୃଦ୍ଧା ଆତ୍ମହତ୍ୟା କରିଥିବା ଖବରରେ କୁହାଯାଇଛି । ମୃତା ବୃଦ୍ଧା ଜଣକ ସଦର ବ୍ଲକ ବିରାଡ଼ିଆ ଗ୍ରାମର ବାସନ୍ତୀ ନାଏକ(୬୦) ବୋଲି ସୂଚନା ମିଳିଛି । କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗତ ଅକ୍ଟୋବର ୨୯ ତାରିଖ ଠାରୁ ଢେଙ୍କାନାଳ କୋଭିଡ ହସ୍‌ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଯେଉଁ କୋଠରୀରେ ରଖି ଚିକିତ୍ସା କରାଯାଉଥିଲା, ସେଠାରେ ଅନ୍ୟ ୪ ଜଣ ରୋଗୀଙ୍କୁ ମଧ୍ୟ ରଖାଯାଇଥିବା କୁହାଯାଇଛି । ସେ ଏକ ସାଲାଇନ ପାଇପ୍‌କୁ ନେଇ ଏକ ଫାଙ୍କା କୋଠରୀରେ ପଙ୍ଖାରେ ଝୁଲିପଡ଼ିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.