କେନାଲ ନିକଟରୁ ମହିଳାଙ୍କ ଶବ ଉଦ୍ଧାର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତ ଦେହ କେନାଲ ନିକଟରୁ ଉଦ୍ଧାର ହୋଇଛି । ମହିଳା ଜଣକ ବିରାମଚନ୍ଦ୍ରପୁର ଗ୍ରାମର ସନ୍ତୋଷିନୀ ଜେନା(୩୫) ବୋଲି ଜଣାଯାଇଛି । ଖବର ଅନୁସାରେ ଉକ୍ତ ମହିଳା ଶୌଚ ପାଇଁ ଗ୍ରାମ ପାଖରେ ଥିବା ଏକ କେନାଲକୁ ଯାଇଥିଲେ, ହେଲେ ସେ ଆଉ ଘରକୁ ଫେରିନଥିଲେ । ପରେ କେନାଲ ନିକଟରେ ତାଙ୍କ ମୃତ ଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ । କେହି ଜଣେ ଦୃର୍ବୁତ୍ତ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଥିବା ବେଳେ ବୌଦ୍ଧ ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.