ରୋତ ମହାବିଦ୍ୟାଳୟର ଯୁବ ଓଡ଼ିଆ ଅଧ୍ୟାପକ ପ୍ରେମାନନ୍ଦ ମାଝିଙ୍କ ଅକାଳ ବିୟୋଗ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ରୋତର ଯୁବ ଓଡ଼ିଆ ଅଧ୍ୟାପକ ପ୍ରେମାନନ୍ଦ ମାଝି(୩୨)ଙ୍କ ଗତକାଲି ସକାଳେ ଅକାଳ ବିୟୋଗ ଘଟିଛି । ରୋତ ମହାବିଦ୍ୟାଳୟରେ କିଛିବର୍ଷ ହେଲା ଓଡ଼ିଆ ଅଧ୍ୟାପକ ଭାବରେ ଶିକ୍ଷାଦାନ କରି ଆସୁଥିଲେ । ବୁଧବାର ରାତିରେ ମୁଣ୍ଡବିନ୍ଧା ହେବାରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ବୁର୍ଲା ପଠାଇଥିଲେ । ବୁର୍ଲାରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ପରଲୋକ ଘଟିଛି । ଶ୍ରୀ ମାଝୀ ଅଳ୍ପ କିଛି ମାସ ତଲେ ବିବାହ କରିଥିଲେ । ତାଙ୍କର ମୃତ୍ୟୁ ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ କୁମାର ବେହେରା ଓ ସମସ୍ତ କର୍ମଚାରୀ ବୁଦ୍ଧିଜୀବୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ୟ ତାଙ୍କ ପ୍ରିୟ ଅଧ୍ୟାପକଙ୍କୁ ହରାଇ ମ୍ରିୟମାଣ ହୋଇପଡିଛନ୍ତି । ତାଙ୍କର ମରଶରୀରକୁ ପୈତୃକ ଗ୍ରାମ ନୂଆପଡା ଜିଲ୍ଲା କୋମୋନାକୁ ନିଆ ଯାଇଥିଲା ଓ ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.