ପଦ୍ମପୁର ଏନଏସି କାର୍ଯ୍ୟାଳୟ ପରିସରରୁ ଜଗୁଆଳିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସି କାର୍ଯ୍ୟାଳୟ ପରିସରରୁ ଜଗୁଆଳିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ହତ୍ୟା ସନ୍ଦେହରେ ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ କାର୍ୟ୍ୟରତ ଜଗୁଆଳି କରଣକେଶୀ ବହାଦୁରଙ୍କ ଝୁଲନ୍ତା ମୃତ ଦେହ ଆଜି ସକାଳୁ ଦେଖୁବାକୁ ମିଳିଥିଲା । ପ୍ରତିଦିନ ସଫେଇ ପାଇଁ ଆସୁଥିବା କର୍ମଚାରୀମାନେ ସକାଳୁ ଆସି କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରିବା ପରେ କାର୍ଯ୍ୟାଳୟ ପଛପଟେ ଥିବା ବାରଣ୍ଡାରେ ଜଗୁଆଳିଙ୍କ ଝୁଲନ୍ତା ମୃତ ଦେହ ଦେଖିଥିଲେ । ଏ ନେଇ ସେମାନେ ଆଖପାଖା ଲୋକ ଏବଂ ଉଚ୍ଚ ଅଧିକାରୀଙ୍କୁ ଜଣାଇବା ପରେ ବର୍ତମାନ ପୋଲିସ ପହଂଚି ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.