୧୧୬୭ ଚାଳକଙ୍କ ଠାରୁ ୫ ଲକ୍ଷ ୮୪ ହଜାର ଟଙ୍କା ଜୋରିମାନା ଆଦାୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜଧାନୀରେ ମଦ୍ୟପାନ କରି ଗାଡି ଚାଳନା କରୁଥିବା ଚାଳକଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନକୁ ଆହୁରି ତ୍ବରାନ୍ବିତ କରିଛି । ଗତ ୧୦ ଦିନ ମଧ୍ୟରେ ୧୧୬୭ ଚାଳକଙ୍କ ଠାରୁ ୫ ଲକ୍ଷ ୮୪ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କେବଳ ୧୩ ତାରିଖ ରାତିରେ ୧୩୫ ଜଣ ଖିଲାପକାରୀଙ୍କ ଠାରୁ ୬୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.