ସୋନଗଡ ବ୍ରିଜ ଉପରେ ଜମିଲା ବର୍ଷା ପାଣି : ଯାତ୍ରୀ ହନ୍ତସନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ସକାଳ ପ୍ରାୟ ୮ଟାରୁ ୯ଟା ସମୟରେ ଦେଓଗାଁ ଅଞ୍ଚଳରେ ବର୍ଷା ହୋଇଥିବାରୁ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥରେ ପ୍ରବାହିତ ହୋଇଥିବା ସୋନଗଡ ନଦୀର ଦେଓଗାଁ ବଙ୍ଗଳା ମଧ୍ୟରେ ଥିବା ବ୍ରିଜରେ ପାଣି ଜମି ରହିଥିଲା । ପାଣି ଜମିବାର କାରଣ ହେଲା ବ୍ରିଜ କଡ଼ରେ ଜଳ ନିଷ୍କାସନ ପାଇଁ ଥିବା ରାସ୍ତାରେ ଧୂଳି, ବାଲିରେ ପରିପୂର୍ଣ ହୋଇଯାଇଛି । ଯାହାଫଳରେ ବର୍ଷାର କିଛି ସମୟ ପର୍ୟ୍ୟନ୍ତ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଆଗକୁ ମୌସୁମୀ ବର୍ଷା ହେବାକୁ ଥିବାରୁ ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ରାସ୍ତା ସଫା କଲେ ଆଗକୁ ଯାତ୍ରୀମାନେ ଏଭଳି ଅସୁବିଧାର ସମ୍ମୁଖିନ ହୁଅନ୍ତେ ନାହିଁ ।

Leave A Reply

Your email address will not be published.

seven − 7 =