csstore

ଇନ୍ନର ହୁଇଲ୍‌ର ଗୁରୁପୂଜା

ରାଉରକେଲା, (ସସ୍ମିତା ପ୍ରଧାନ) : ମଣିଷ ଜୀବନରେ ଶିକ୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ଶିକ୍ଷକ ମାନଙ୍କୁ ଗୌରବ ଦେଲେ ଜାତି ଗୌରାବାନ୍ୱିତ ହୁଏ । ଏହି ପରିପ୍ରେକ୍ଷୀରେ ଇନ୍ନର ହୁଇଲ୍‌ କ୍ଲବ୍ ଅଫ୍ ରିଭର୍‌ ସାଇଡ୍ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଶିକ୍ଷକ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶ୍ରା ବ୍ଲକ ସହ ଶିକ୍ଷାଧିକାରୀ ଆରତୀ ପ୍ରଧାନ ଯୋଗ ଦେଇଥିଲେ । କ୍ଲବର ସଭାପତି ଅଜିତା ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ରକ୍ରମରେ ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ପୁଷ୍ପାର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଶିକ୍ଷୟିତ୍ରୀ ଉର୍ବଶୀ ଦାଶ ପତି, କବିତା ରଥ, ସୁନନ୍ଦିତା ମହାନ୍ତି, ଶିଲା ନାୟକ, ସବିତାରାଣୀ ମହାପାତ୍ର, ଡ. ପି ସି ମହାପାତ୍ର, ଡ. ମିନତୀ ପଣ୍ଡା, ମଞ୍ଜୁବାଳା ପାଢ଼ୀ, କାବେରୀ ବାନାର୍ଜୀ, ଡ. ତନୁଶ୍ରୀ ଜେନା, ଡ. ଗୀତାଞ୍ଜଳି ପତ୍ରି, ସଂଯୁକ୍ତା ପତି, ସୁପ୍ରିୟା ମହାନ୍ତି, ବୀଣାପାଣି ରାୟ ଓ ସୋନିଆ ମାଝୀ ଓ ବିଜୟଲକ୍ଷ୍ମୀ ମିଶ୍ର ପ୍ରମୁଖଙ୍କୁ ଚନ୍ଦନ ତିଳକ କରାଯାଇ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ମାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଡା. ରଜତ ସାଡୁଆଲ, ସନ୍ତୋଷ କୁମାର ମିଶ୍ର, ସୁଖବିନ୍ଦର ସିଂ ଶେଖନ, ଅଜୟ କୁମାର ଦାସ, ଲକ୍ଷ୍ମଣ ନାଥ ଦାସ, ବିପିନ ବିହାରୀ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଡିମ୍ପଲ ସାହୁ ଓ ଡା.ଗୀତାଞ୍ଜଳି ପତ୍ରି ଗୁରୁଃସ୍ତୁତି ପ୍ରସ୍ତୁତ କରିଥିବା ବେଳେ ଓ ଅଜିତ ମୋହନ ପୂଜାରୀ ଭଜନ ଗାନ କରିଥିଲେ । କ୍ଲବର ସଚିବ ସୁପ୍ରିୟା ମହାନ୍ତିଙ୍କ ସହ ସମସ୍ତ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଡ. ତନୁଶ୍ରୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ପ୍ରଜ୍ଞ୍ୟା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.