pakka

୬.୪ ଲିଟର ମଦ ଜବତ : ୧ ଗିରଫ

bbehera

ସୂବର୍ଣ୍ଣପୁର : ବୀରାମହରାଜପୁର ପୁଲିସ ମସିଣାପାଲି ଛକରୁ ୬.୪ ଲିଟର ମଦ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣକ ହେଲେ ଶମ୍ଭୁ ଭୋଇ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ, ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ବୀରାମହରାଜପୁର ପୁଲିସ ମସିଣାପାଲି ଛକରେ ମଦ ବିକ୍ରି ହେଉଥିବା ଖବରପାଇ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ୬.୪ ଲିଟର ମଦ ଜବତ ସହ ଅଭିଯୁକ୍ତକୁ ଗିରଫ କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣା ପଡିଛି ।

jay balangir
Leave A Reply

Your email address will not be published.

18 − 12 =