pakka

୨ ବାଇକ ମୁହାଁମୁହିଁ ଧକ୍କା : ୧ ଗୁରୁତର

bbehera

କଣ୍ଟାମାଳ : କଣ୍ଟାମାଳ ବ୍ଲକ ମାଲପଡା ଗ୍ରାମ ନିକଟସ୍ଥ କାଳିମୁହାଣ ସେତୁରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣା ପଡିଛି । ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତ ବ୍ୟକ୍ତି ଜଣକ ଆମ୍ବଗାଁ ଗ୍ରାମର ନିରଞ୍ଜନ ରଣା ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ, ଆମ୍ବଗାଁର ନିରଞ୍ଜନ ରଣା ବାଇକ ଯୋଗେ କଣ୍ଟାମାଳରୁ ଫେରୁଥିବା ବେଳେ କାଳିମୁହାଣ ସେତୁ ନିକଟରେ ସାମ୍ନାରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ନିରଞ୍ଜନ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କଣ୍ଟାମାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

four + eighteen =