csstore

ଟ୍ରକ୍‌ରୁ ଜବତ ହେଲା ୬ କ୍ୱିଣ୍ଟାଲ ଗଞ୍ଜେଇ, ୨ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ଟ୍ରକ୍‌ରୁ ଜବତ ହୋଇଛି ୬ କ୍ୱିଣ୍ଟାଲ ଗଞ୍ଜେଇ । ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରୁ କେନ୍ଦ୍ରୀୟ ସ୍କ୍ବାର୍ଡ ଏକ ଟ୍ରକରୁ ୬.୨୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍‌ଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ସକାଳୁ ଜେଏଚ୧୦ଏଏଲ୮୨୧୧ ନମ୍ବର ଥିବା ଏକ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଝାଡ଼ଖଣ୍ଡ ରାଜ୍ୟକୁ ଚାଲାଣ ହେଉଥିବା ଖବର ପାଇ କେନ୍ଦ୍ରୀୟ ସ୍କ୍ବାର୍ଡ ବୌଦ୍ଧ ବ୍ରିଜ ଛକ ନିକଟରେ ଟ୍ରକକୁ ଜବତ କରିଥିଲେ । ଚାଲାଣକାରୀ ଅନୁଗୁଳ ଜିଲ୍ଲା ହଣ୍ଡପା ଅଞ୍ଚଳର ଭକ୍ତବନ୍ଧୁ ପ୍ରଧାନ ଓ ସନକ ପ୍ରଧାନ ଗିରଫ ହୋଇଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.