pakka

ପଦ୍ମପୁରରେ ବଳିଦାନ ଦିବସ ପାଳନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ, ବିଶିଷ୍ଟ ଶିକ୍ଷାବିତ୍, ପ୍ରଖର ରାଷ୍ଟ୍ରବାଦୀ ନେତା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଆଜି ପଦ୍ମପୁରରେ ପାଳିତ ହୋଇ ଯାଇଛି । ପଦ୍ମପୁର ନଗର ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ମେହେରଙ୍କ ସଭାପତିତ୍ୱରେ ବଳିଦାନ ଦିବସ ପାଳନ କରା ଯାଇଥିଲା । ଏ ଅବସରରେ ବରିଷ୍ଠ ନେତା ରାଜୁ ଘିବେଲା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସାଂଗଠନିକ ଦକ୍ଷତା ଏବଂ ବିଚାର ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କର ପଥକୁ ଅନୁସରଣ କରି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିକୁ ପଦ୍ମପୁରରେ ଏକ ନମ୍ବର ଦଳ ହିସାବରେ ଗଠନ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ କରିଥିଲେ । ଅନ୍ୟତମ ବକ୍ତା ଭାବେ ସାଂସଦ ପ୍ରତିନିଧି, କାଉନସିଲର ତଥା ବଳିଦାନ ଦିବସର ଜିଲ୍ଲା ସହ ସଂଯୋଜକ ଚିନ୍ମୟ କୁମାର ପଣ୍ଡା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରଖର ରାଷ୍ଟ୍ରଭକ୍ତି ଉପରେ ଆଲୋକପାତ କରିଥିଲେ । କିପରି ଜାମ୍ମୁକାଶ୍ମୀରରେ ଧାରା ୩୭୦କୁ ବିରୋଧ କରି “ଏକ୍ ଦେଶ୍ ମେଁ ଦୋ ବିଧାନ, ଦୋ ନିଶାନ୍ ନେହିଁ ଚଲ୍ ସକତା”ର ସ୍ଲୋଗାନ ଦେଇ ନିଜ ଜୀବନର ବଳିଦାନ ଦେଇଥିଲେ । ସେ ବିଷୟ ଉତ୍ଥାପନ କରିଥିଲେ, ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନଗର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ବରିଷ୍ଠ ଆଇନଜୀବୀ ଆଦିତ୍ୟ କୁମାର ରଥ, କାଉନସିଲର ସୁମିତ୍ ଘିବେଲା, ଅମିତ୍ ଅଗ୍ରୱାଲ, ଜିତେନ୍ଦ୍ର ସୁନାନୀ, ପ୍ରେମାନନ୍ଦ ଭୋଇ, ମଙ୍ଗଲୁ ନିଆଲ୍, ହୀରାଲାଲ୍ ରଣା, ରବି ଭୋଇ, ହୀରା ସରାଫ୍ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ପଦ୍ମପୁର ନଗର ବିଜେପି ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

14 − 6 =