pakka

ଗାଁରୁ ଦାଦନ ହୋଇ ଗଲେ : ଶବ ହୋଇ ଫେରିଲେ

bbehera

ତୁରେକେଲା, (କୈଳାସ ସଗ୍ରିଆ) : ଗାଁରୁ ଦାଦନ ହୋଇ ଗଲେ । ଶବ ହୋଇ ଫେରିଲେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ଜାମକି ଗାଁରେ । ଜାମକି ଗାଁର ବିଦ୍ୟାଧର ମାଝୀ ପରିବାର ଲୋକଙ୍କ ସହ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଦିନରାତି କାମ କରିବାରୁ ଛାତିରେ ଯନ୍ତ୍ରଣା ହେତୁ ଏକ ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେରେ ତାଙ୍କ ମୃତ୍ୟୁ ହୋଇଥିଲା । ଗାଁରେ ଶବ ପହଞ୍ଚିବା ପରେ ଶୋକକୁଳ ପରିବେଶ ଦେଖାଦେଇଥିଲା । ତାଙ୍କ ବିନା ପରିବାର ଲୋକେ ବେସାହାରା ହୋଇଯାଇଛନ୍ତି । ସୂଚନା ଅନୁସାରେ ମୃତ ବିଦ୍ୟାଧର ମାଝୀ ଏବଂ ତାଙ୍କ ପରିବାର ଗତ ଦଶହରା ମାସରେ ଇଟା ଗଢିବାକୁ ହାଇଦ୍ରାବାଦ ରାଜ୍ୟର ଚିତ୍ତର ଜିଲ୍ଲା ରେଡାପାଲି ଅଞ୍ଚଳକୁ ଇଟା ଗଢିବା ପାଇଁ ଯାଇଥିଲେ । ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେତୁ ସ୍ଥାନୀୟ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଗାଁରେ ଶବ ପହଁଞ୍‌ଞ୍ଚିଲା ପରେ ଶୋକାକୁଳ ପରିବେଶ ଦେଖାଦେଇଥିଲା । କେତେ ଦାଦନଙ୍କ ଜୀବନ ଗଲେ ସରକାର ଚେତିବେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ତାଙ୍କ ସ୍ତ୍ରୀ ସପୁର ମାଝୀ ଏବେ ସ୍ୱାମୀଙ୍କ ମୃତ୍ୟୁ ପରେ ପୁରାପୁରି ଅସହାୟ ହୋଇ ପଡିଛନ୍ତି । ତାଙ୍କ ପରିବାରର ଆଉ କେହି ନାହାନ୍ତି, ସେ ଏକା କେମିତି ପରିବାର ପ୍ରତିପୋଷଣ କରିବେ ? ସେଥିପାଇଁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ୨ ପୁଅ ଝିଅଙ୍କୁ ଜିଲ୍ଲା ପ୍ରଶାସନ ପାଠ ପଢାଇବାକୁ ମଧ୍ୟ ସାହାଯ୍ୟ କରୁ ବୋଲି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

two + 9 =