
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମ ପଞ୍ଚାୟତ ବିନ୍ଧାପ।ଲିଗ୍ରାମର ପିଡଵ୍ଲୁଡି ରାସ୍ତାରୁ ତଳ ପାର୍ଶ୍ଵ ଦେଇ ଯାଇଥିବା ଶାଖାକେନାଲ ପୋତି ହେବା ସହିତ ଗ୍ରାମର ମଇଳା ଆବର୍ଜନା ପାଣି ଆସି ପୋତି ହୋଇଯାଉଛି । ଫଳରେ ବର୍ଷା ସମୟରେ ଉପର ମୁଣ୍ଡରୁ ଆସୁଥିବା ପାଣି ତଳ ପଟକୁ ଆସିପାରୁ ନାହିଁ । ତେଣୁ ଜମିରେ ପାଣି ମାଡ଼ି ପାରୁ ନଥିବା ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତବର୍ଷରୁ ଏହି କେନାଲ ସଫେଇ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏହି ଶାଖା କେନାଲ ୧୫୦ ମିଟରକୁ ସଫା କରିବା ସହିତ ନୂତନ ଡ୍ରେନ ନିର୍ମାଣ କଲେ । ଶାଖା କେନାଲ ପୋତି ହେବାରୁ ବଞ୍ଚିତ ହେବ ବୋଲି ଗ୍ରାମର ନିଲାମ୍ୱର ସାହୁ, ଭଗବାନ ସାହୁ, ଦୈତାରି ସାହୁ, ଅରୁଣ ସେଠଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି । ଏହା ବ୍ୟତୀତ ପିଡଵ୍ଲୁଡି ରାସ୍ତାରୁ ୨୦୦ ମିଟର ପର୍ଯ୍ୟନ୍ତ ପାଚେରୀ ନିର୍ମାଣ କର।ଯାଉଛି । ଯାହାକି କେନାଲ ବିଭାଗ ପକ୍ଷରୁ କରାଯାଉଛି । ଏଥିରେ ସୂଚନା ଫଳକ ନଥିବା ଯୋଗୁଁ କେତେ ଟଙ୍କାର କାମ, ଅନୁଦାନ ରାଶି କେତେ, ଟେଣ୍ଡର କାହା ନାମରେ ଅଛି, ଲମ୍ବ ପ୍ରସ୍ଥ କେତେ ନିର୍ଦ୍ଧାରିତ ସମୟ ସୀମା କେତେ, କିଛି ଜଣାପଡୁନାହି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଏହି ସାଇଡ୍ ୱାଲ୍ ନିର୍ମାଣ ସହିତ ଡ୍ରେନ ନିର୍ମାଣ ଅନୁଦାନ ରାଶି ରହିଥିବା ବିଭାଗୀୟ ସୁତ୍ରରୁ ପ୍ରକାଶ । ତେଣୁ ଡ୍ରେନ ନିର୍ମାଣ ହେଲେ ଆଗାମି ବର୍ଷା ସମୟରେ କେନାଲ ପୋତି ନ ହୋଇ ଲୋକଙ୍କ ଚାଷ କାର୍ଯ୍ୟରେ ପାଣି ବ୍ୟବହାର ହୋଇପାରିବ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି ।