pakka

ଘନ ଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେପି ତରଫରୁ ଦାବୀ ପତ୍ର ପ୍ରଦାନ

bbehera

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ମହାମାରୀ ସମୟରେ ସର୍ବସାଧାରଣ ଖଟିଖିଆ ଦିନ ମଜୁରିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଏ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭାଜପା ତରଫରୁ ବିଜୁଳି ଦରବୃଦ୍ଧି ଏବଂ ବାରମ୍ବାର ବିଜୁଳି କାଟ ବିରୁଦ୍ଧରେ ଓ ଦରବୃଦ୍ଧି ପ୍ରତ୍ୟାହୃତ ଦାବୀରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ତରଫରୁ ଫିରିଙ୍ଗିଆ ମଣ୍ଡଳ ସଭାପତି ଗଣେଶ ସାହୁ ଓ ନୂଆଁପଦର ମଣ୍ଡଳ ସଭାପତି ଗୋପୀନାଥ କହଁରଙ୍କ ନେତୃତ୍ୱରେ ଏକ ଦାବୀପତ୍ର ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ କାର୍ୟ୍ୟାଳୟର କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳବେହେରା, ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି (ବନ ଭାଇ), ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ କହଁର ଓ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ୱରଂଜନ ଦାସ, ବନମାଳୀ କହଁର ପ୍ରମୁଖ ସ୍ଥାନୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × one =