pakka

ପ୍ରେସ୍ ଲେଖାଥିବା ଇନୋଭା କାର୍‌ରୁ ସୋହେଲା ପୋଲିସ ଦ୍ୱାରା ଦୁଇ କ୍ଵିଣ୍ଟାଲ ୩୩ କେଜି ଗଞ୍ଜେଇ ଜବତ, ୪ ଗିରଫ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଦୁଇଟି ଇନୋଭା କାରରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଜଣକୁ ସୋହେଲା ପୋଲିସ ଗିରଫ କରିଛି । ତାଙ୍କ ଠାରୁ ଚୋରା ଚାଲାଣ କରୁଥିବା ୨ କ୍ଵିଣ୍ଟାଲ ୩୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ଆଜି ଜିଲ୍ଲା ଏସପି ରାହୁଲ ଜୈନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ପ୍ରେସ୍ ଲେଖା ଥିବା ଉକ୍ତ ଇନୋଭା କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୋହେଲା ପୋଲିସକୁ ସୂଚନା ମିଳିବା ପରେ ଚାଲାଣକାରୀଙ୍କୁ ଧରିଥିଲେ । ଅଭିଯୁକ୍ତଙ୍କ ଠାରୁ କାର, ନଗଦ ଟଙ୍କା ଓ ୬ଟି ମୋବାଇଲ ଫୋନ, ଏଟିଏମ୍ କାର୍ଡ ଜବତ ହୋଇଥିବା ସୂଚନାରେ କୁହାଯାଇଛି । ପଦ୍ମପୁର ଏସଡିପିଓ, ସୋହେଲା ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

20 + 19 =

error: Content is protected !!