pakka

କୁଶଳେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍‌ର ସଦସ୍ୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ଉଲବା ଗ୍ରାମ ପଞ୍ଚାୟତ ପ୍ରାଂଗଣରେ କୁଶଳେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍‌ର ସଦସ୍ୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀ ନିର୍ଦ୍ଦେଶକ ତଥା ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବଂଧୁ ନାଏକ, ଆଇକାର୍ଡ ସଂସ୍ଥାର ଜିଲ୍ଲା ସଂଯୋଜକ ବିଜୟ କୁମାର ଶତପଥୀ ଓ ପ୍ରକଳ୍ପ ସଂଯୋଜକ କଲ୍ୟାଣ କୁମାର ସାହୁ ଯୋଗଦାନ କରି କମ୍ପାନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଉପସ୍ଥିତ କୃଷକ ମାନଙ୍କୁ ସଚେତନ କରିଥିଲେ । କୃଷକ ମାନଙ୍କୁ ସଂଗଠିତ କରି ଓ ଉତ୍ପାଦିତ ଦ୍ରବ୍ୟର ଉଚିତ ମୁଲ୍ୟ ପ୍ରଦାନ ତଥା କୃଷି କାର୍ୟ୍ୟରେ ନୁତନ ଜ୍ଞାନ କୌଶଳ ପ୍ରୟୋଗ କରିବାରେ କୁଶଳେଶ୍ବର କୃଷକ ଉତ୍ପାଦକ ସହାୟକ ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । କୃଷକ ମାନଙ୍କ ସାହାଯ୍ୟ ଓ ସହଯୋଗରେ ଏହି କୁଶଳେଶ୍ବର କୃଷକ ଉତ୍ପାଦକ ରାଜ୍ୟରେ ଏକ ପ୍ରତିଷ୍ଠିତ କୃଷକ ଉତ୍ପାଦକ ଭାବରେ ନିଜର ପରିଚୟ ପ୍ରଦାନ କରିବ ବୋଲି ଉପସ୍ଥିତ କୃଷକ ମାନଙ୍କୁ ସଚେତନ କରିଥିଲେ । ଶେଷରେ ଭକ୍ତବଂଧୁ ନାଏକ ସମସ୍ତଙ୍‌ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଂଗ କରିଥିଲେ ।

Leave A Reply

Your email address will not be published.

1 × 4 =