
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଲେଜ ଛକ ସ୍ଥିତ ରୟାଲ ଏକାଡେମୀ ବିଦ୍ୟାଳୟର ବାର୍ଷିକ କ୍ରୀଡା ସ୍ଥାନୀୟ ଟାଉନ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ରୟାଲ ଏକାଡେମୀର ପ୍ରତିଷ୍ଠାତା ନିରୁପମା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାର୍ଷିକ କ୍ରୀଡା ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଉକ୍ତ କ୍ରୀଡାରେ ସିନିୟର ଚମ୍ପିୟାନ ଋତୁରାଜ ପଶାୟତ, ଜୁନିୟର ଚମ୍ପିୟାନ ଭୈରବ ମହାନନ୍ଦ ଏବଂ ସବ୍ ଜୁନିୟର ଚମ୍ପିୟାନ ଏମ୍ଡି ଇବ୍ରାହିମଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଦୌଡ ପ୍ରତିଯୋଗିତାରେ ଗୋବିନ୍ଦ ମହାନ୍ତି, ନିରଖୋ ରଣା, ପୂର୍ଣ୍ଣଚନ୍ଦ୍ର ସୁନା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ପାଇଁ ପୁରସ୍କୃତ ହୋଇଥିଲେ । ଅଭିଭାବକମାନଙ୍କ ମ୍ୟୁଜିକ ଚେୟାର ପ୍ରତିଯୋଗିତାରେ ନମିତା ପୁଟେଲ, ଉର୍ମି ସୁନା, ରୁକସାର ବରବିନ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ବିଜେତା ହୋଇଥିଲେ । ଉକ୍ତ କ୍ରୀଡା ଉତ୍ସବରେ ରୟାଲ ଏକାଡେମୀର ଟ୍ରଷ୍ଟ ସଭ୍ୟ ପ୍ରକାଶ କୁମାର ନେପାକ ମୁଖ୍ୟ ଅତିଥି ଏବଂ ଟ୍ରଷ୍ଟ ସଭ୍ୟ ଅଜିତ କୁମାର ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସଂଜିତା ଦାସ, ଶିକ୍ଷୟିତ୍ରୀ ସସ୍ମିତା ମହାକୁର, ମୋନିକା ପାଢୀ, ହେମଲତା ସାହୁ, ସ୍ୱାଗତିକା ପାତ୍ର ତଥା ଶିକ୍ଷକ ଦେବାନନ୍ଦ ସାହୁ, ପ୍ରୀତିଶ ନାଗଙ୍କ ସହଯୋଗରେ ବାର୍ଷିକ କ୍ରୀଡା ସୂଚାରୁ ରୂପେ ଆୟୋଜିତ ହୋଇଥିଲା । ବିଦ୍ୟାଳୟର ଛାତ୍ର ମନୀଷ ନନ୍ଦ, ଆରୟବ ଧରୁଆ, କ୍ରିତିକା ଖମାରୀ, ଆଶୀର୍ବାଦ ପୁଟେଲ, ଆହ୍ୱାନ ଦ୍ୱିବେଦୀ, ଏମ୍ଡି ଅଫନ ଆୟୋଜନରେ ବିଶେଷ ସହଯୋଗ କରିଥିଲେ ।