jayashree

ସ୍ମରଣିକା “ସ୍ମୃତିଫର୍ଦ୍ଦ” ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ, ବଲାଙ୍ଗିରର ୧୯୭୬ ମେଟ୍ରିକୁଲେସନ ବେଚର ସୁବର୍ଣ୍ଣ ଜୟନ୍ତୀ ସମାରୋହ -୨୦୨୬ ଉପଲକ୍ଷେ ସ୍ମରଣିକା “ସ୍ମୃତିଫର୍ଦ୍ଦ”ର ଉନ୍ମୋଚନ ହୋଇଛି । ଉକ୍ତ ବେଚର ସମାରୋହ ପାଳନ ବିଗତ ୮ ମାର୍ଚ୍ଚରେ ହୋଇଥିଲା । ସେତେବେଳେ ‘ସ୍ମୃତିଫର୍ଦ୍ଦ’ର ମୁଖପୃଷ୍ଠା ଉନ୍ମୋଚିତ ହୋଇଥିଲା । ସ୍କୁଲର ପୁରାତନ ଶିକ୍ଷକ ପୂଜ୍ୟ ଗୁରୁଜୀ ଆଦିକନ୍ଦ ଷଡଙ୍ଗୀଙ୍କ ହାତରେ ସ୍କୁଲର ସେଣ୍ଟିଟାରି ହଲରେ ବେଚର ସଭାପତି ଓମ୍‌ ପ୍ରକାଶ ଚନ୍ଦ୍ର, ସମ୍ପାଦକ କମଲ ଚକ୍ରବର୍ତ୍ତୀ, ସଭ୍ୟ ହରେକୃଷ୍ଣ ତ୍ରିପାଠୀ, ରମେଶ ଚନ୍ଦ୍ର ସିଂହଦେଓ, ଆଲୋକ ହୋତା, ପତ୍ରିକାର ସମ୍ପାଦକ ରୁଦ୍ରଦେବ ପଧାନଙ୍କ ହାତରେ ଲୋକାର୍ପଣ ହୋଇଛି । ଉକ୍ତ ସଭାରେ ଅନନ୍ୟ ବିରେନ୍ଦ୍ର କୁମାର ମିଶ୍ର, ନାରାୟଣ ପାତ୍ର, କେ ରାମକୃଷ୍ଣ ନାୟାର, ଅଶ୍ୱିନୀ ଦାଶ, ବାଳକୃଷ୍ଣ ମିଶ୍ର, ଅମିତ ତ୍ରିପାଠୀ ଓ ଅନେକ ସହପାଠୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.