jayashree

କବି ଡ. ପ୍ରେମାନନ୍ଦ ବେହେରାଙ୍କୁ ବିକ୍ଷିପ୍ତା ସମ୍ମାନ ୨୦୨୬ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବ୍ରହ୍ମପୁର ସ୍ଥିତ ଉତ୍କଳ ଆଶ୍ରମରେ ବିକ୍ଷିପ୍ତା ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ସାହିତ୍ୟ ସମ୍ମିଳନୀରେ ଡ. ପ୍ରେମାନନ୍ଦ ବେହେରାଙ୍କୁ ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ବିକ୍ଷିପ୍ତା ସମ୍ମାନରେ ସମ୍ମାନୀତ କରାଯାଇଛି । ଉକ୍ତ ସଭାରେ ବ୍ରହ୍ମପୁରର ବିଶିଷ୍ଟ ସାହିତ୍ୟିକ ମିହିର ରଞ୍ଜନ ତ୍ରିପାଠୀ, ବ୍ରହ୍ମପୁରର ସାହିତ୍ୟ ପରିଷଦର ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ସୁଶାନ୍ତ ଦାସ, ବିଶିଷ୍ଟ ସାହିତ୍ୟିକ ହୃଷୀକେଶ ଦାଶ, ବ୍ରହ୍ମପୁର ସମ୍ବାଦ ସାହିତ୍ୟ ଘରର ସଭାପତି ନୀଳକଣ୍ଠ ସାହୁ, ବିକ୍ଷିପ୍ତା ସାହିତ୍ୟ ସଂସଦର ସଭାପତି ଗୌରପତି ଦାଶ, ସମ୍ପାଦକ ଡ. ଶ୍ୟାମାପ୍ରସାଦ ମିଶ୍ର, ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୦୦ରୁ ଉର୍ଦ୍ଧ୍ବ ସାହିତ୍ୟିକ ଉପସ୍ଥିତ ଥିଲେ । ନିକଟରେ ଡ. ବେହେରାଙ୍କ ରଚିତ ଏକ ଜଗନ୍ନାଥ ଭଜନ “ଚକାବାଦନକୁ ଦେଲି ଚାହିଁରେ…” ସିଦ୍ଧାର୍ଥ ମ୍ୟୁଜିକ୍ ଦ୍ୱାରା ରିଲିଜ୍ ହୋଇସାରିଛି । ଏହି ଗୀତରେ କଣ୍ଠ ଦେଇଛନ୍ତି ଓଡ଼ିଶାର ପ୍ରସିଦ୍ଧ ଗାୟିକା ନମିତା ଅଗ୍ରୱାଲ ଓ ପ୍ରସିଦ୍ଧ ଗାୟକ ଶ୍ରୀଚରଣ । “ଅଷରଜ୍ଞବଷବଭବଷଙ୍କ” ୟୁଟ୍ୟୁବ ଚେନାଲରେ ମଧ୍ୟ ଏହି ଭଜନ ପ୍ରାୟ ୫.୯ ମିଲିୟନରୁ ଊର୍ଦ୍ଧ୍ବ ଭିଉ ସହ ଓଡ଼ିଶାରେ ଚହଳ ପକାଇ ସାରିଛି । ନିରନ୍ତର ଅଭ୍ୟାସ ଦ୍ୱାରା ସଫଳତା ମିଳିଥାଏ ବୋଲି ଡ. ବେହେରା ପ୍ରକାଶ କରିଛନ୍ତି । ପୂର୍ବରୁ ସେ ବରଗଡ଼ ଜିଲ୍ଲାର ତୁଲଣ୍ଡିଠାରେ ଅବସ୍ଥିତ ଗୋପବନ୍ଧୁ ସାହିତ୍ୟ ସଂସଦରୁ ଦୟାନିଧି ମିଶ୍ର ସ୍ମୃତି ସାହିତ୍ୟ ସମ୍ମାନ, ମାଲକାନଗିରି ଜିଲ୍ଲାର ମାଲ୍ୟାଣୀ ସାହିତ୍ୟ ସଂସଦରୁ ମାଲ୍ୟବନ୍ତଶ୍ରୀ ସମ୍ମାନ, କୋରାପୁଟ ଜିଲ୍ଲାରୁ ମାଟିଲଗ୍ନାଶ୍ରୀ ସମ୍ମାନ, ପୁରୀ ଜିଲ୍ଲା ନନ୍ଦଳାସ୍ଥିତ ମାନସିଂହ ସାହିତ୍ୟ ସଂସଦରୁ ମାନସିଂହ ସ୍ମୃତି ସମ୍ମାନ-୨୦୨୦, ଗଞ୍ଜାମ ଜିଲ୍ଲାର କୁଲାଡ଼ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦରୁଉପେନ୍ଦ୍ର ଭଞ୍ଜ ସ୍ମୃତି ସମ୍ମାନ, ବାଲେଶ୍ଵର ଜିଲା ନୀଳଗିରି ନେସନାଲ ପ୍ରୋଗ୍ରେସ ଗ୍ରୁପରୁ ପଶ୍ଚିମାଞ୍ଚଳର ସାହିତ୍ୟ ଜ୍ୟୋତି ସମ୍ମାନ, ନୁଆପଡ଼ା ଜିଲ୍ଲା ରାଜା ଖରିଆରରୁ ଶ୍ରେଷ୍ଠ ସେବାଶ୍ରୀ ସମ୍ମାନ -୨୦୨୪, ପଶ୍ଚିମ ଓଡିଶା ବାର୍ତ୍ତାରୁ ଶ୍ରେଷ୍ଠ ଶିକ୍ଷକ ତଥା କବି ଭାବରେ ସମ୍ମାନିତ ହୋଇସାରିଛନ୍ତି । ପ୍ରକାଶଥାଉକି ଶ୍ରୀ ବେହେରା ବର୍ତ୍ତମାନ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.