
ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଡ. ଏ.ଏନ୍.କେ. ଡି.ଏ.ଭି. ପବ୍ଲିକ୍ ସ୍କୁଲ୍ ପ୍ରାଙ୍ଗଣରେ ଅତି ଆନନ୍ଦର ସହିତ ପାଳିତ ହୋଇଯାଇଛି । ସର୍ବପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋ ଆୟୁଷ୍ମାନ ଭବ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ଜନ୍ମଦିନ ଉପଲକ୍ଷେ ଆଶୀର୍ବାଦ ପ୍ରଦାନ କରିଥିଲେ । ପରେ ପରେ ଏହି ସୁନ୍ଦର ମୁହୂର୍ତ୍ତରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋ, ମୁଖ୍ୟ ଅତିଥି ଭାବେ ପ୍ରଫେସର ଏସ୍. କେ. ପଟେଲ୍ – ଡିନ୍ (ଶିକ୍ଷା), ଏନ୍.ଆଇ.ଟି., ରାଉରକେଲା (ମୁଖ୍ୟ ଅତିଥି) ସମ୍ମାନିତ ଅତିଥି ଭାବେ, ଏସ୍. କେ. ଯୋଶୀ – ବରିଷ୍ଠ ଏଲ୍.ଏମ୍.ସି. ସଦସ୍ୟ ଡ. ସନାତନ ପ୍ରଧାନ – ପୂର୍ବତନ ଅଧ୍ୟକ୍ଷ, ମ୍ୟୁନିସିପାଲ୍ କଲେଜ, ରାଉରକେଲା ଏବଂ ଶ୍ରୀମତୀ ସାଗର ନନ୍ଦିନୀ ଦାଶଙ୍କୁ ସ୍ୱାଗତ ଜଣାଇଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା ।