jayashree

ରାଷ୍ଟ୍ରପତି ଭବନରେ ଏସ୍.ଏସ୍.ଆର୍.ଭି.ଏମ୍ ଇସ୍ପାତ ସ୍କୁଲର ଐତିହାସିକ ସଫଳତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର-୨୦ ସ୍ଥିତ ଏସ୍.ଏସ୍.ଆର୍.ଭି.ଏମ୍ ଇସ୍ପାତ ଇଂଲିସ୍ ମିଡିୟମ୍ ସ୍କୁଲ ପାଇଁ ଗର୍ବର ମୁହୂର୍ତ୍ତ । ଗତ ୧୪ ନଭେମ୍ବରରେ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଶିଶୁ ଦିବସ ଉତ୍ସବରେ ବିଦ୍ୟାଳୟ ଅଂଶଗ୍ରହଣ କରିଛି । ଦେଶର ହଜାର ହଜାର ବିଦ୍ୟାଳୟ ମଧ୍ୟରୁ ଚୟନ ହେବା ବିଦ୍ୟାଳୟ ପାଇଁ ପ୍ରଥମ ଓ ଐତିହାସିକ ଅନୁଭୂତି । ଏହି ଗସ୍ତ ଛାତ୍ରଛାତ୍ରୀମାନଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଅନୁଷ୍ଠାନର ଗରିମା ଯୋଡ଼ିବା ସହ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇଛି । ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ସାମଗ୍ରିକ ଶିକ୍ଷାର ଦୂରଦୃଷ୍ଟି ଏବଂ ଜି.ଏସ୍. ଦାସ ସାରଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହା କେବଳ ବିଦ୍ୟାଳୟର ନୁହେଁ, ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ପିଲା ପାଇଁ ପ୍ରେରଣା ।

Leave A Reply

Your email address will not be published.