
ରାଉରକେଲା, (କେପିଏନ୍ଏସ୍) : ଭକ୍ତି, ଶ୍ରଦ୍ଧା ଓ ପରମ୍ପରାର ଅପୂର୍ବ ସମନ୍ୱୟ। ଧୂମଧାମରେ ପାଳିତ ହୋଇଛି ଲୋକବିଶ୍ୱାସର ମହାନ ପର୍ବ ଛଟ୍ ପୂଜା। ଦକ୍ଷିଣ ରାଉରକେଲାର ବ୍ରିଟାନିଆ କଲୋନୀ ଖଟାଲ ବସ୍ତି ଅଞ୍ଚଳରେ ବିହାରୀ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ଅତି ନିଷ୍ଠାର ସହ ପାଳନ କରିଛନ୍ତି । ଏହି ଅବସରରେ ଅଞ୍ଚଳର ପ୍ରାୟ ୨୦ଟି ବିହାରୀ ପରିବାରର ସଦସ୍ୟମାନେ ଏକତ୍ରିତ ହୋଇ ଭବ୍ୟ ଶୋଭାଯାତ୍ରାରେ ତରକେରାସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ପହଞ୍ଚିଥିଲେ। ସେଠାରେ ଛଟି ମାଆଙ୍କ ପୂଜାର୍ଚ୍ଚନା ସହ ପାରମ୍ପରିକ ରୀତିନୀତିରେ ସନ୍ଧ୍ୟା ଅର୍ଘ୍ୟ ଅର୍ପଣ କରିଥିଲେ। ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ ଶ୍ରଦ୍ଧାଳୁ। ଏହି ଧାର୍ମିକ ଆୟୋଜନରେ ରଣଜିତ ଯାଦବ, ରଙ୍ଗବତୀ ଦେବୀ, ମୀରା ଯାଦବ, ସୁମିତ୍ରା ଯାଦବ, କ୍ରିଷ୍ଣା ଯାଦବ, ଉପେନ୍ଦ୍ର ଯାଦବସୁଦାମା ଯାଦବ, ରାହୁଲ ତନ୍ତି, ସୁବ୍ରତ ଦାସ, ଅର୍ଜୁନ ସିଂ, ଶିବ କୁମାର ସିଂ, ଓ ରାମ ବିଚାର ସିଂଙ୍କ ସମେତ ବିହାରୀ ସମାଜର ବହୁ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।