
ଦେଓଗାଁ, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ସାଲେପାଲି ଗାଁରେ ଘର ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ନେଇ ବଡ଼ ଖବର ସାମ୍ନାକୁ ଆସିଛି । ମୃତ ଯୁବକ ଲୋପନ ପୁଟା ବୋଲି ଖବର ମିଳିଛି । ତେବେ କେଉଁ କାରଣକୁ ନେଇ ଲୋପନ ଏଭଳି ଚରମ ପଦକ୍ଷେପ ନେଲେ, ଘଟଣା ପଛରେ ପ୍ରେମ ସଂପର୍କ ନା ଅନ୍ୟ କିଛି ସେ ନେଇ ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରୁଛି ।