pakka

ସାବୁଳିଆ ଷ୍ଟୁଡେଣ୍ଟସ୍ ନୋଡାଲ ହାଇସ୍କୁଲରେ ବନ ମହୋତ୍ସବ

l2

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାବୁଳିଆସ୍ଥିତ ଷ୍ଟୁଡେଣ୍ଟସ୍ ନୋଡାଲ ହାଇସ୍କୁଲ ପରିସରରେ ଇକୋ କ୍ଲବ ଆନୁକୂଲ୍ୟରେ ଏକ ବନ ମହୋତ୍ସଵ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏହି ବନ ସଂରକ୍ଷଣ ଆସରରେ ବୃକ୍ଷ ଚାରା ରୋପଣ, ସବୁଜିମା ଓ ତା’ର ଉପକାରୀତା ସମ୍ପର୍କରେ ସଭା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ସଂଗଠିତ ହୋଇଥିବା ପ୍ରବନ୍ଧ ଏବଂ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଏହି ଦିବସରେ ପୁରସ୍କୃତ କରାଯାଇଛି । ସାବୁଳିଆ ନୋଡାଲ ହାଇସ୍କୁଲ ପରିସରରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩୦ଟି ଚାରା ରୋପଣ କରାଯାଇଛି । ପ୍ରବନ୍ଧ ପ୍ରତିଯୋଗିତାରେ ଦଶମ ଶ୍ରେଣୀ ଛାତ୍ରୀ ସରୀତା ସାହୁ(ପ୍ରଥମ ), ନବମ ଶ୍ରେଣୀ ଛାତ୍ରୀ ଗଙ୍ଗୋତ୍ରୀ ସାହୁ (ଦ୍ୱିତୀୟ), ଆରତୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କୁଇଜ ପ୍ରତିଯୋଗିତାରେ ସାଇ ଶୁଭମ ମହାପାତ୍ର ପ୍ରଥମ ସ୍ଥାନ ଏବଂ ଆରତୀ ସାହୁ ଓ ଗଙ୍ଗୋତ୍ରୀ ସାହୁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ବିଷୟରେ ସାବୁଳିଆ ଷ୍ଟୁଡେଣ୍ଟସ୍ ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ଦାଶ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବନ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ, ଖଲ୍ଲିକୋଟ ଅଞ୍ଚଳର ସମାଜସେବୀ ମହେଶ୍ୱର ବରାଡ଼ି, ଇକୋକ୍ଲବ ଜିଲ୍ଲାସଂଯୋଜକ ଡ଼ଃ.ଶଙ୍କର ନାରାୟଣ ବେଜ, ଶିକୁଳା ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପରମ ଗୁରୁମହାପାତ୍ର, ସ୍କୁଲର ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

pp
Leave A Reply

Your email address will not be published.

20 − four =