pakka

ନଅଗାଁ(ଖ) ଗ୍ରାମରେ କରୋନା ସମ୍ୱନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ରବିବାର ନଅଗାଁ ସ୍ଥିତ ପଲ୍ଲୀ ଆଲୋକ ପାଠାଗାର ତରଫରୁ ତଥା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ସହଯୋଗରେ ନଅଗାଁ ଗ୍ରାମରେ ସ୍ଲୋଗାନ ଓ ନାରାବାଜି ମାଧ୍ୟମରେ ଜନସାଧାରଣଙ୍କୁ ମହାମାରୀ କରୋନା ଉପରେ ସଚେତନ କରାଯାଇଥିଲା । ଏଥିସହିତ ଉପସ୍ଥିତ ସାଧାରଣ ଜନତାଙ୍କୁ ମାସ୍କ ବଣ୍ଟନ କରାଯାଇ ସରକାରଙ୍କ କରୋନା ସମ୍ବନ୍ଧୀୟ ନୀତିନିୟମକୁ ସମସ୍ତେ ନିଶ୍ଚିତ ଭାବେ ମାନିବାକୁ ଅନୁରୋଧ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ରମେଶ ପଧାନ, ପ୍ରଶାନ୍ତ କୁଅଁରଙ୍କ ସମେତ ଅଙ୍ଗନବାଡି କର୍ମୀ କୁନ୍ତୀ ପୁରୋହିତ, ଲବଙ୍ଗଲତା ପାଣ୍ଡେ, ବିଳାସ କାଲଟା ଏବଂ ଆଶାକର୍ମୀ ପଦ୍ମାବତୀ ସାହୁ ଓ କୁନି ପଧାନ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

7 − one =