ଗତ ୨୪ ଘଂଟାରେ ଓଡ଼ିଶାରେ ୩୬୪୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୬୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୧୫୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୪୯୪ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୯, ବାଲେଶ୍ୱରରୁ ୧୫୬, ବରଗଡ଼ରୁ ୧୫୭, ଭଦ୍ରକରୁ ୧୪୩, ବଲାଙ୍ଗିରରୁ ୩୯, ବୌଦ୍ଧରୁ ୩୦, କଟକରୁ ୩୫୭, ଦେବଗଡ଼ାରୁ ୧୫, ଢେଙ୍କାନାଳରୁ ୬୮, ଗଜପତିରୁ ୯, ଗଂଜାମରୁ ୪୬, ଜଗତସିଂହପୁରରୁ ୯୫, ଯାଜପୁରରୁ ୧୧୬, ଝାରସୁଗୁଡ଼ାରୁ ୯୧, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୯୫, କେନ୍ଦ୍ରାପଡ଼ାରୁ ୭୫, କେଉଁଝରରୁ ୫୬, ଖୋର୍ଦ୍ଧାରୁ ୫୧୭, କୋରାପୁଟରୁ ୯୫, ମାଲକାନଗିରିରୁ ୩୩, ମୟୁରଭଂଜରୁ ୧୩୭, ନବରଙ୍ଗପୁରରୁ ୯୦, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୯୦, ପୁରୀରୁ ୨୪୬, ରାୟଗଡ଼ାରୁ ୭୯, ସମ୍ବଲପୁରରୁ ୧୨୭, ସୋନପୁରରୁ ୯୯, ସୁନ୍ଦରଗଡ଼ରୁ ୮୪, ଷ୍ଟେଟ୍‌ ପୁଲ୍‌ ୩୪୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୫୮୬୫୦ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୨୦୨୪ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

Leave A Reply

Your email address will not be published.