ବିଜେପି. ସାଂସଦ ରବି କିଶନଙ୍କ ଉପରେ ରାଜ୍ୟସଭାରେ ବର୍ଷିଲେ ଜୟା ବଚ୍ଚନ

ମୁମ୍ବାଇ : ଡ୍ରଗ୍ସ ମାମଲାରେ ବଲିଉଡ଼୍‌କୁ ବଦନାମ କରାଯିବା ପାଇଁ ଚକ୍ରାନ୍ତ କରାଯାଉଛି ବୋଲି ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ କହିଛନ୍ତି । ଆଜି ରାଜ୍ୟସଭାରେ ଜୟା ବଚ୍ଚନ ଏହି ବୟାନ ଦେଇଛନ୍ତି । ସେ ନାଁ ନନେଇ ବିଜେପି. ସାଂସଦ ରବି କିଶନଙ୍କ ଉପରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଗତକାଲି ଲୋକସଭାରେ ଜଣେ ସାଂସଦ ବଲିଉଡ଼୍‌କୁ ନେଇ ବୟାନ ଦେଇଛନ୍ତି । ସେ ପୁଣି ନିଜେ ବଲିଉଡ଼୍‌ ଇଣ୍ଡଷ୍ଟ୍ରିର; ଯାହା ଅତ୍ୟନ୍ତ ଦୁଃଖଦାୟକ । ଜୟା ବଚ୍ଚନ ଏହା ବି କହିଛନ୍ତି ଯେ, ଯେଉଁ ଥାଳିରେ ଖାଉଛନ୍ତି, ସେହି ଥାଳିକୁ କଣା କରୁଛନ୍ତି । ଏହା ଠିକ୍‌ ନୁହେଁ । ଏଠାରେ ସୂଚନାଯୋଗ୍ୟ ଯେ, ଭୋଜପୁରୀ ସୁପର୍‌ଷ୍ଟାର୍‌ ତଥା ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନ ଗତକାଲି ଲୋକସଭାରେ ଡ୍ରଗ୍ସ ଟ୍ରାଫିକିଂର ମାମଲା ଉଠାଇଥିଲେ । ବିଜେପି ସାଂସଦ ରବି କିଶାନ କହିଥିଲେ ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ବ୍ୟବହାର କରାଯାଉଛି । ଏନ୍‌ସିବି. ଏଭଳି କିଛି ଲୋକଙ୍କୁ ଧରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସେ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଥିଲେ ।

Leave A Reply

Your email address will not be published.