ସେବାର ଉଜ୍ୱଳ ପ୍ରତୀକ ଲଳିତ ନାୟକ : ନିଜେ ଅସୁସ୍ଥ ଥାଇ ବି ସମାଜସେବା ଜାରି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ଲଲିତ କୁମାର ନାୟକ ନିଜେ ଅସୁସ୍ଥ ଥାଇ ମଧ୍ୟ ସମାଜସେବା ଜାରି ରଖିଛନ୍ତି । ଗତକାଲି ସୋମବାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଜଣେ କ୍ୟାନସର ରୋଗୀ ଓ ଅନ୍ୟ ଜଣେ ରିକ୍ସା ଚାଳକଙ୍କ ପାଇଁ ୨ ୟୁନିଟ୍‌ ରକ୍ତ ସଂଗ୍ରହ କରିଥିବା ସୂଚନା ରହିଛି । ସୂଚନାଯୋଗ୍ୟ ଯେ, ସମାଜସେବୀ ଲଳିତ ନାୟକ ବଲାଙ୍ଗିରରେ ରକ୍ତଦାନ ପରମ୍ପରାକୁ ଦୀର୍ଘ ଦିନ ହେଲା ବଂଚାଇ ରଖିଛନ୍ତି । ବିଭିନ୍ନ ସଂଗଠନ ମାଧ୍ୟମରେ ସହରରେ ରକ୍ତଦାନ ଶିବିର ଆୟୋଜନ କରାଇବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନିଜେ ମଧ୍ୟ ବିଭିନ୍ନ ସମୟରେ ରକ୍ତଦାନ କରି କେତେ ରୋଗୀଙ୍କୁ ଜୀବନ ଦାନ ଦେଇଛନ୍ତି । ତେବେ କିଛି ଦିନ ହେଲା ସେ ଅସ୍ଥିମଜ୍ଜା କ୍ୟାନ୍‌ସର୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ନିଜେ ଅସୁସ୍ଥ ଥାଇ ବି ସମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ଏହି ମଣିଷ ନିଜକୁ ଏବେ ବି ସମାଜସେବାରେ ଲଗାଇଛନ୍ତି । ତାଙ୍କର ଏଭଳି ମାନସିକତାକୁ ଜନସମୁଦାୟରେ ବିଶେଷ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.